ନୟାଗଡ଼ ସହର ଦୁଇ ଦିନ ଶଟ୍‌ଡାଉନ୍‌

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମହାମାରୀ କରୋନା ସଂକ୍ରମଣ ରୋକିବାକୁ ନୟାଗଡ଼ ସହର ୨ ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଆସନ୍ତା ସୋମବାର ଓ ମଙ୍ଗଳବାର ନୟାଗଡ଼ ସହର ବନ୍ଦ ରହିବ। ବନ୍ଦ ରହୁଥିବା ୨ ଦିନ ସାରା ସହରକୁ ବିଶୋଧନ କରାଯିବା ନେଇ ଘୋଷଣା କରାଯାଇଛି। ଦିନକରେ ଓଡ଼ିଶାରେ ୪,୨୦୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪,୨୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୬୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୭୪୬ ରହିଛି। […]

lockdown-4.0

Manoranjan Sial
  • Published: Friday, 25 September 2020
  • , Updated: 25 September 2020, 05:49 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମହାମାରୀ କରୋନା ସଂକ୍ରମଣ ରୋକିବାକୁ ନୟାଗଡ଼ ସହର ୨ ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଆସନ୍ତା ସୋମବାର ଓ ମଙ୍ଗଳବାର ନୟାଗଡ଼ ସହର ବନ୍ଦ ରହିବ। ବନ୍ଦ ରହୁଥିବା ୨ ଦିନ ସାରା ସହରକୁ ବିଶୋଧନ କରାଯିବା ନେଇ ଘୋଷଣା କରାଯାଇଛି।

ଦିନକରେ ଓଡ଼ିଶାରେ ୪,୨୦୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪,୨୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୬୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୭୪୬ ରହିଛି।

ନୟାଗଡ଼ ଜିଲ୍ଲାର ଚିତ୍ରକୁ ଦେଖିଲେ ଆଜି ସୁଦ୍ଧା ୪୪୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୮୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୫୯୪ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୨ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ଦିନକୁ ଦିନ ନୟାଗଡ଼ ଟାଉନ୍‌ରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁଇ ଦିନ ଶଟ୍‌ଡାଉନ୍‌ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

Related story