ନୟାଗଡ଼: ରୁକ୍ଷୀ ପାହାଡ଼ରେ ପୁଣି ନିଆଁ

ନୟାଗଡ଼:  ନୟାଗଡ଼ ସହର ନିକଟସ୍ଥ ରୁକ୍ଷୀ ପାହାଡ଼ରେ  ପୁଣି ଆଜି ନିଆଁ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ନିଆଁ ଲିଭାଇଥିଲେ ମଧ୍ୟ ଆଜି ପୁଣି ପାହାଡ଼ରେ ନିଆଁ ଲାଗିଯାଇଛି। ରୁକ୍ଷୀ ପାହାଡ଼ର ନିକଟରେ ପୁରୁଣା ସହର ଥିବାରୁ ସେଠାରେ ମଧ୍ୟ ନିଆଁ ଲାଗିବାର ଆଶଙ୍କା ରହିଛି। ଗତକାଲି ରାତିରେ ପାହାଡ଼ରେ ନିଆଁ ଲାଗିବା ଯୋଗୁଁ  ଜଙ୍ଗଲରେ ମୂଲ୍ୟବାନ ଗଛ ଗୁଡିକ ପୋଡ଼ି ଯାଇଥିଲା। ପାହାଡ଼ର ନିକଟରେ ଜନବସତିର ଥିବାରୁ ଭୟରେ ଲୋକମାନେ ବାହାରକୁ ପଳାଇ […]

fire

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 10:39 AM IST

ନୟାଗଡ଼:  ନୟାଗଡ଼ ସହର ନିକଟସ୍ଥ ରୁକ୍ଷୀ ପାହାଡ଼ରେ  ପୁଣି ଆଜି ନିଆଁ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ନିଆଁ ଲିଭାଇଥିଲେ ମଧ୍ୟ ଆଜି ପୁଣି ପାହାଡ଼ରେ ନିଆଁ ଲାଗିଯାଇଛି। ରୁକ୍ଷୀ ପାହାଡ଼ର ନିକଟରେ ପୁରୁଣା ସହର ଥିବାରୁ ସେଠାରେ ମଧ୍ୟ ନିଆଁ ଲାଗିବାର ଆଶଙ୍କା ରହିଛି।

ଗତକାଲି ରାତିରେ ପାହାଡ଼ରେ ନିଆଁ ଲାଗିବା ଯୋଗୁଁ  ଜଙ୍ଗଲରେ ମୂଲ୍ୟବାନ ଗଛ ଗୁଡିକ ପୋଡ଼ି ଯାଇଥିଲା। ପାହାଡ଼ର ନିକଟରେ ଜନବସତିର ଥିବାରୁ ଭୟରେ ଲୋକମାନେ ବାହାରକୁ ପଳାଇ ଆସିଥିଲେ। ଜନବସତିରେ  ନିଆଁ ଲାଗିଯିବା   ଆଶଙ୍କାରେ  ଅଗ୍ନିଶମ ଗାଡ଼ିକୁ ମଧ୍ୟ ରଖାଯାଇଥିଲା। ରେଞ୍ଜର ଅଫିସର, ବନକମର୍ଚାରୀ ଓ ସ୍ୱେଚ୍ଛାସେବୀ ମାନେ ଦୀର୍ଘ ୪ରୁ ୫ ଘଣ୍ଟା ପରିଶ୍ରମ କରି ପ୍ରାୟ ରାତି ୧ଟାଏ ବେଳେ ନିଆଁକୁ ଆୟତ କରିଥିଲେ। ଆଜି ସକାଳେ ପାହାଡ଼ର କିଛି ଅଂଶରୁ ଧୂଆଁ ବାହାରୁଥିବାର ଦେଖାଯାଇଥିଲା । ରୁକ୍ଷୀ ପାହାଡ଼ର ଏହି ଜଙ୍ଗଲ ସହରବାସୀଙ୍କୁ ଖରାରୁ ରକ୍ଷାକରିଥାଏ । ପାହାଡ଼ରେ ବାରମ୍ବାର  ବାରମ୍ବାର ନିଆଁ ଲାଗିବା ଯୋଗୁଁ ପାହାଡ଼ରେ ରହୁଥିବା   ବନ୍ୟଜନ୍ତୁଙ୍କ ଜୀବନ ପ୍ରତି   ବିପଦ ଦେଖାଯାଇଛି।

Related story