ନିଲାମ ହେବ ଆସିକା ଚିନି ଶିଳ୍ପ

ଆସିକା(ଓଡ଼ିଶା ରିପୋର୍ଟର): ନିଲାମ ହେବ ଗଞ୍ଜାମ ଜିଲ୍ଲା ଆସିକାର ଚିନି ଶିଳ୍ପ। ଋଣ ଭାର ୭ କୋଟିରୁ ୨୯ କୋଟିକୁ ଛୁଇଁବା ପରେ ଏହାକୁ ନିଲାମ କରିବା ପାଇଁ ନୋଟିସ ଆସିଛି। ଦିଲ୍ଲୀ ସ୍ଥିତ ନ୍ୟାସନାଲ କୋପରେଟିଭ୍‌ ଡେଭଲପମେଣ୍ଟ କର୍ପୋରେସନ (NCDC) ଏହି ନୋଟିସ ପଠାଇଛି। ୧୯୯୪-୯୫ ଆର୍ଥିକ ବର୍ଷରେ ଆସିକା ଚିନିଶିଳ୍ପ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ଏହି ଋଣ ନିଆଯାଇଥିଲା। ବର୍ତ୍ତମାନ ଆସିକା ଚିନି ଶିଳ୍ପରେ ଉତ୍ପାଦନ କମିଥିବା ବେଳେ ଏହି ନୋଟିସ ଉଭୟ ପରିଚାଳନ […]

aska

Manoranjan Sial
  • Published: Sunday, 09 February 2020
  • , Updated: 09 February 2020, 06:11 PM IST

ଆସିକା(ଓଡ଼ିଶା ରିପୋର୍ଟର): ନିଲାମ ହେବ ଗଞ୍ଜାମ ଜିଲ୍ଲା ଆସିକାର ଚିନି ଶିଳ୍ପ। ଋଣ ଭାର ୭ କୋଟିରୁ ୨୯ କୋଟିକୁ ଛୁଇଁବା ପରେ ଏହାକୁ ନିଲାମ କରିବା ପାଇଁ ନୋଟିସ ଆସିଛି। ଦିଲ୍ଲୀ ସ୍ଥିତ ନ୍ୟାସନାଲ କୋପରେଟିଭ୍‌ ଡେଭଲପମେଣ୍ଟ କର୍ପୋରେସନ (NCDC) ଏହି ନୋଟିସ ପଠାଇଛି।

୧୯୯୪-୯୫ ଆର୍ଥିକ ବର୍ଷରେ ଆସିକା ଚିନିଶିଳ୍ପ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ଏହି ଋଣ ନିଆଯାଇଥିଲା। ବର୍ତ୍ତମାନ ଆସିକା ଚିନି ଶିଳ୍ପରେ ଉତ୍ପାଦନ କମିଥିବା ବେଳେ ଏହି ନୋଟିସ ଉଭୟ ପରିଚାଳନ କର୍ତ୍ତୃପକ୍ଷ ଓ ଆଖୁଚାଷୀଙ୍କ ନିଦ ହଜାଇ ଦେଇଛି। ଏହାର ସମାଧାନ ଲାଗି ବୈଠକ ହୋଇଥିଲା। ଶେଷରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଅବଗତ କରାଇ ଟ୍ରିବ୍ୟୁନାଲ୍‌ର ଆଶ୍ରୟ ନେବା ଲାଗି ସ୍ଥିର ହୋଇଛି।

Related story