ଏନସିଇଆରଟିର ନୂଆ ନିର୍ଦ୍ଦେଶକ ହେବେ ହୃଷୀକେଶ ସେନାପତି

ଭୁବନେଶ୍ୱର: ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା ଏନସିଇଆରଟିର ନୂଆ ନିର୍ଦ୍ଦେଶକ ହେବେ ହୃଷୀକେଶ ସେନାପତି। ସେ ଏବେ ଭୋପାଳସ୍ଥିତ ରିଜଓନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନର ପ୍ରିନସପାଲ ଅଛନ୍ତି। ହୃଷୀକେଶଙ୍କୁ ଏନସିଇଆରଟିର ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦେବାକୁ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ଚୁଡାନ୍ତ ନିଷ୍ପତ୍ତି ନେଇଥିବା ଜଣାପଡିଛି। ନିର୍ଦ୍ଦେଶକ ଚୟନ ନେଇ କେନ୍ଦ୍ର ସରକାର ଗଠନ କରିଥିବା କମିଟି ଦୁଇ ଜଣଙ୍କୁ ଚୟନ କରିଥିଲା।ଦୁଇ ଜଣ ହେଲେ ହୃଷିକେଶ ସେନାପତି […]

Prof. Hrushikesh Senapaty and ncrtc

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 02:51 PM IST

ଭୁବନେଶ୍ୱର: ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା ଏନସିଇଆରଟିର ନୂଆ ନିର୍ଦ୍ଦେଶକ ହେବେ ହୃଷୀକେଶ ସେନାପତି। ସେ ଏବେ ଭୋପାଳସ୍ଥିତ ରିଜଓନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନର ପ୍ରିନସପାଲ ଅଛନ୍ତି। ହୃଷୀକେଶଙ୍କୁ ଏନସିଇଆରଟିର ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦେବାକୁ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ଚୁଡାନ୍ତ ନିଷ୍ପତ୍ତି ନେଇଥିବା ଜଣାପଡିଛି। ନିର୍ଦ୍ଦେଶକ ଚୟନ ନେଇ କେନ୍ଦ୍ର ସରକାର ଗଠନ କରିଥିବା କମିଟି ଦୁଇ ଜଣଙ୍କୁ ଚୟନ କରିଥିଲା।ଦୁଇ ଜଣ ହେଲେ ହୃଷିକେଶ ସେନାପତି ଏବଂ ଲକ୍ଷ୍ନୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନିଲ ଶୁକ୍ଲା।ତେବେ ବରିଷ୍ଠତା ଏବଂ ଅଭିଜ୍ଞତା ଦୃଷ୍ଟିରୁ  ହୃଷିକେଶ ସେନାପତିଙ୍କୁ ଏହି ପଦବୀରେ ନିଯୁକ୍ତ କରିବାକୁ କେନ୍ଦ୍ର ସରକାରନ ନିଷ୍ପତ୍ତି ନେଇଥିବା ଜଣାପଡିଛି।ହୃଷିକେଶ ସେନାପତି ଭୁବନେଶ୍ୱର ବିଜେବି କଲେଜ, ରେଭନସା କଲେଜରୁ ଶିକ୍ଷାଲାଭ କରିବା ପରେ ଇନ୍ଦୋରର ଦେବୀ ଆହିଲ୍ୟା ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି।

Related story