ପ୍ରେମଜନିତ ହତ୍ୟାକାଣ୍ଡରେ ଓଡ଼ିଶା ସପ୍ତମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): NCRB ପକ୍ଷରୁ ଜାରି ହୋଇଛି ସଦ୍ୟତମ ରିପୋର୍ଟ। ଏହି ରିପୋର୍ଟ ମୁତାବକ, ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସପ୍ତମ ସ୍ଥାନରେ ରହିଛି। ଓଡ଼ିଶାରେ ପ୍ରତି ମାସରେ ପ୍ରେମ ଯୋଗୁ ୫ ଜୀବନ ଚାଲିଯାଉଥିବା ଏହି ରିପୋର୍ଟ କହୁଛି। ଗତ ୩ ବର୍ଷ ହେଲା ରାଜ୍ୟରେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ୨୦୧୮ରେ ରାଜ୍ୟରେ ଘଟିଥିଲା ୩୮ଟି ପ୍ରେମଜନିତ ହତ୍ୟାକାଣ୍ଡ। ସେହିପରି ୨୦୧୯ରେ ଏହି ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ୨୦୨୦ରେ ପ୍ରେମ […]

love-affair-murder

love-affair-murder

Ranjit Kumar Jena
  • Published: Monday, 20 September 2021
  • Updated: 20 September 2021, 09:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): NCRB ପକ୍ଷରୁ ଜାରି ହୋଇଛି ସଦ୍ୟତମ ରିପୋର୍ଟ। ଏହି ରିପୋର୍ଟ ମୁତାବକ, ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସପ୍ତମ ସ୍ଥାନରେ ରହିଛି। ଓଡ଼ିଶାରେ ପ୍ରତି ମାସରେ ପ୍ରେମ ଯୋଗୁ ୫ ଜୀବନ ଚାଲିଯାଉଥିବା ଏହି ରିପୋର୍ଟ କହୁଛି। ଗତ ୩ ବର୍ଷ ହେଲା ରାଜ୍ୟରେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ୨୦୧୮ରେ ରାଜ୍ୟରେ ଘଟିଥିଲା ୩୮ଟି ପ୍ରେମଜନିତ ହତ୍ୟାକାଣ୍ଡ। ସେହିପରି ୨୦୧୯ରେ ଏହି ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ୨୦୨୦ରେ ପ୍ରେମ ଯୋଗୁ ୫୯ ଜୀବନ ଗଲାଣି।

କିଛି ମାସ ତଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ବିବାହିତ ମହିଳାଙ୍କ କରୁଣ ପରିଣତି ଦେଖିଥିଲା ସାରା ଓଡ଼ିଶା। ଭୀମଟାଙ୍ଗିରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ତାଙ୍କ ପୁରୁଣା ପ୍ରେମିକ ଜଗନ୍ନାଥ ପ୍ରଧାନ ହତ୍ୟା କରିଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲା ପ୍ରିୟଙ୍କାଙ୍କ ୩ ବର୍ଷର ଛୁଆ। ସେହିପରି ପ୍ରେମିକ ଉପରେ ଭରସା କରି ଅକାଳରେ ଚାଲିଯାଇଥିଲେ ମୟୂରଭଞ୍ଜ ଅଞ୍ଚଳର ଝରାଫୁଲ। କେବଳ ଏ ଦୁଇଟି ଘଟଣା ନୁହେଁ, ପ୍ରେମଜନିତ ବ୍ୟାପାରରୁ ହତ୍ୟାକାଣ୍ଡ ନିୟମିତ ଦେଖିବାକୁ ମିଳୁଛି।

ତେବେ କାହିଁକି ଏଭଳି ପ୍ରେମଜନିତ ହତ୍ୟାକାଣ୍ଡ ଘଟୁଛି। ଏହା ଉପରେ ପୂର୍ବତନ ମହିଳା କମିଶନ ସଦସ୍ୟା ସ୍ନିଗ୍ଧା ପାଣିଗ୍ରାହୀ କହିଛନ୍ତି ଯେ ଯୁବ ସମାଜ ଏବେ ବାଟହୁଡ଼ା ହୋଇଛି। ଯୌଥ ପରିବାର ପରିବର୍ତ୍ତେ ଛୋଟ ପରିବାରରେ ରହଣୀ ଏବଂ ସୋଶାଲ୍ ମିଡିଆର ବହୁଳ ବ୍ୟବହାର ଏଭଳି କାଣ୍ଡ ଭିଆଇବାରେ ସହଯୋଗ କରୁଛି ବୋଲି ମହିଳା କମିଶନ ସଦସ୍ୟା କହିଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ ପୋଲିସ୍ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀଙ୍କ କହିବା ଅନୁସାରେ, ପ୍ରେମରେ ବିଫଳ ହେଲେ ପ୍ରତିଶୋଧ ପରାୟଣ ହୋଇଯାଉଛନ୍ତି ଆଜିକାଲିର ଯୁବପିଢ଼ି। ଆଉ ତା’ପରେ ଘଟାଉଛନ୍ତି ହତ୍ୟାକାଣ୍ଡ। ପିଲାମାନେ ଯେଭଳି ଅବାଟକୁ ନଯିବ, ସେଥିଲାଗି ଅଭିଭାବକ ଦୃଷ୍ଟି ଦେବା ଉଚିତ। ପିଲାଙ୍କ ସହିତ ବନ୍ଧୁ ଭଳି ବ୍ୟବହାର ସହ ସେମାନଙ୍କ ମାନସିକ ସ୍ଥିତିକୁ ବୁଝିଲେ, ଏଭଳି ଘଟଣାକୁ କିଛି ମାତ୍ରାରେ ରୋକାଯାଇ ପାରିବ।

କେବଳ ପ୍ରେମଜନିତ ହତ୍ୟାକାଣ୍ଡ ନୁହେଁ, ମହିଳା ଏସିଡ୍ ଆକ୍ରମଣ ମାମଲାରେ ବି ଓଡିଶା ତୃତୀୟ ସ୍ଥାନରେ ରହିଛି। ଗତବର୍ଷ ରାଜ୍ୟରେ ୬ ଜଣ ମହିଳା ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ। ସେହିଭଳି ୨୦୨୦ରେ ରାଜ୍ୟରେ ୩, ୭୭୫ ଜଣ ମହିଳାଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ତା ମଧ୍ୟରୁ ୧୯୪ ଜଣଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରାଯାଇଥିବା ମାମଲା ସାମ୍ନାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story