ସ୍ୱେଚ୍ଛାସେବୀଙ୍କୁ ତାଲିମ ଦେଉଛି ଏନ୍‌ଡିଆର୍‌ଏଫ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସାଧାରଣ ଧନଜୀବନ ରକ୍ଷା କରାଯିବ? କିଭଳି ଲୋକଙ୍କୁ ଉଦ୍ଧାର କରାଯିବ? କୋଠା ଭୁଶୁଡ଼ିଲେ କିଭଳି ସେଠାରୁ ଲୋକଙ୍କୁ ଉଦ୍ଧାର କରାଯିବ? ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ନେଉଛନ୍ତି ସାଧାରଣ ଯୁବକ ଓ ଯୁବତୀ। ଏମାନେ ସମସ୍ତେ ନେହରୁ ଯୁବ କେନ୍ଦ୍ର ସଂଗଠନର ସ୍ୱେଚ୍ଛାସେବୀ। କଟକ ମୁଣ୍ଡଳୀ ନ୍ୟାଶନାଲ୍‌ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନ୍‌ଡିଆର୍‌ଏଫ୍‌) ବାଟାଲିୟନ ପରିସରରେ ଏମାନଙ୍କୁ ଏହି ସମସ୍ତ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି। ନେହେରୁ ଯୁବ କେନ୍ଦ୍ର […]

ndrf-trained-neharu-yuba-organisation-boy-and-girls

Manoranjan Sial
  • Published: Monday, 02 September 2019
  • , Updated: 02 September 2019, 06:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସାଧାରଣ ଧନଜୀବନ ରକ୍ଷା କରାଯିବ? କିଭଳି ଲୋକଙ୍କୁ ଉଦ୍ଧାର କରାଯିବ? କୋଠା ଭୁଶୁଡ଼ିଲେ କିଭଳି ସେଠାରୁ ଲୋକଙ୍କୁ ଉଦ୍ଧାର କରାଯିବ? ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ନେଉଛନ୍ତି ସାଧାରଣ ଯୁବକ ଓ ଯୁବତୀ। ଏମାନେ ସମସ୍ତେ ନେହରୁ ଯୁବ କେନ୍ଦ୍ର ସଂଗଠନର ସ୍ୱେଚ୍ଛାସେବୀ। କଟକ ମୁଣ୍ଡଳୀ ନ୍ୟାଶନାଲ୍‌ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନ୍‌ଡିଆର୍‌ଏଫ୍‌) ବାଟାଲିୟନ ପରିସରରେ ଏମାନଙ୍କୁ ଏହି ସମସ୍ତ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି।

ନେହେରୁ ଯୁବ କେନ୍ଦ୍ର ସଂଗଠନର ୨୪ ଜଣ ସ୍ୱେଚ୍ଛାସେବୀ ସପ୍ତାହେ ଧରି ଏଡିଆର୍‌ଏଫ୍‌ କର୍ମଚାରୀଙ୍କ ସହ ମିଳିମିଶି ରହିବେ। ସେମାନଙ୍କ କାର୍ଯ୍ୟଶୈଳୀ, ସେମାନଙ୍କ ଯୋଜନା ଓ ପଦ୍ଧତି ସମ୍ପର୍କରେ ଅବଗତ ହେବେ। ଏମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଏନ୍‌ଡିଆର୍‌ଏଫ୍‌ଙ୍କର ସ୍ୱତନ୍ତ୍ର ପ୍ରଶିକ୍ଷକ ଅଛନ୍ତି। ଏଭଳି ପ୍ରଶିକ୍ଷଣ ପାଇବା ଦ୍ୱାରା ଏମାନେ ସାଧାରଣ ଯୁବକ ଯୁବତୀଙ୍କଠାରୁ ଟିକିଏ ଭିନ୍ନ ସ୍ତରର ହେବେ। ଫଳରେ ଯେ କୌଣସି ବିପଦ ସମୟରେ ଏମାନେ ପ୍ରଥମେ ରେସପଣ୍ଡର ଭାବେ କାମ କରିବେ। ଏଭଳି ପ୍ରଶିକ୍ଷଣ ଦ୍ୱାରା ସେମାନେ ନିଜ ଜୀବନ ରକ୍ଷା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ କରିପାରିବେ ବୋଲି ପ୍ରଶିକ୍ଷାର୍ଥୀମାନେ କହିଛନ୍ତି।

ବିପର୍ଯ୍ୟୟ କେତେବେଳେ, କେଉଁଠି ହେବ ଆଗୁଆ କହିବା ମୁସ୍କିଲ୍‌। ସବୁ ସ୍ଥାନରେ ବିପର୍ଯ୍ୟୟ ପ୍ରଶମନ ୟୁନିଟ୍‌ ଅବସ୍ଥାପିତ କରିବା କଷ୍ଟକର। ତେଣୁ ସାଧାରଣ ଲୋକଙ୍କୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ଦିଆଗଲେ, ସେମାନେ ପ୍ରଥମ ରେସପଣ୍ଡର ଭାବେ ଅବିହିତ ହେବେ। ଏହି ଆଧାରରେ କିଛିଦିନ ତଳେ ନେହେରୁ ଯୁବ କେନ୍ଦ୍ର ସଂଗଠନ ଓ ଏନ୍‌ଡିଆର୍‌ଏଫ୍‌ ସହ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି।

ରାଜିନାମା ଅନୁଯାୟୀ, ନେହରୁ ଯୁବ କେନ୍ଦ୍ର ସଂଗଠନ ସ୍ୱେଚ୍ଛାସେବୀମାନେ ଏନ୍‌ଡିଆର୍‌ଏଫ୍‌ ପ୍ରଶିକ୍ଷଣ ନେବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏଭଳି ଆଗାମୀ ଦିନରେ ଆହୁରି ୧୦ଟି ବ୍ୟାଚ୍‌ରେ ଓଡ଼ିଶାର ସମସ୍ତ ଜିଲ୍ଲାର ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ଥିବା ମୁଣ୍ଡଳୀ ବାଟାଲିୟନ୍ ମୁଖ୍ୟ ସୂଚନା ଦେଇଛନ୍ତି।

ତେବେ ବିପର୍ଯ୍ୟୟର ମୁକାବିଲା ପାଇଁ ଯଦି ସାଧାରଣ ଯୁବକ ଓ ଯୁବତୀ ପ୍ରଶିକ୍ଷିତ ହେବେ, ତେବେ ନିଶ୍ଚିତ ଭାବେ ବିପର୍ଯ୍ୟୟ ବେଳେ ଧନଜୀବନ ରକ୍ଷା କରିବାରେ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ।

Related story