ଜେଇଇ ମେନ୍‌ ଭଳି ହେବ ନିଟ୍‌ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୩ ତାରିଖରେ ହେବ ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌। ରାଜଧାନୀରେ ଏହାର ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ ଚୌଧୁରୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜେଇଇ ମେନ୍‌ ଭଳି ନିଟ୍‌ ପରୀକ୍ଷାରେ ସମସ୍ତ ସୁବିଧା ଯୋଗାଇ ଦେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ରାଜଧାନୀର ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ପିଲା ନିଟ୍ ପରୀକ୍ଷା ଦେବେ। ବର୍ତ୍ତମାନ ସୁଦ୍ଧା ୧୩୦୦ […]

NEET EXAM

Manoranjan Sial
  • Published: Thursday, 10 September 2020
  • , Updated: 11 September 2020, 11:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୩ ତାରିଖରେ ହେବ ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌। ରାଜଧାନୀରେ ଏହାର ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ ଚୌଧୁରୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜେଇଇ ମେନ୍‌ ଭଳି ନିଟ୍‌ ପରୀକ୍ଷାରେ ସମସ୍ତ ସୁବିଧା ଯୋଗାଇ ଦେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ରାଜଧାନୀର ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ପିଲା ନିଟ୍ ପରୀକ୍ଷା ଦେବେ। ବର୍ତ୍ତମାନ ସୁଦ୍ଧା ୧୩୦୦ ଛାତ୍ରଛାତ୍ରୀ ସରକାରୀ ବ୍ୟବସ୍ଥାରେ ଯିବା, ଆସିବା ଓ ରହଣୀ ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ପାଇଁ ୫ଟି ଇଞ୍ଜିନିୟରିଂ କଲେଜର ହଷ୍ଟେଲରେ ବ୍ୟବସ୍ଥା କରାଯିବା ସହ ସେଣ୍ଟରରେ ମେଡିକାଲ ଟିମ୍‌ ନିଯୁକ୍ତ କରାଯାଇଛି। ଏହାସହ ବିଶୋଧନ ପ୍ରକ୍ରିୟାକୁ ବୈଠକରେ ଅଧିକ ଗୁରୁତ୍ୱ ଦିଆଯାଇଛି।

କେନ୍ଦ୍ର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ମାଇକ୍‌ ଜରିଆରେ ପିଲାଙ୍କୁ ସଚେତନ କରାଯିବ। ଏହାସହ ପୁଲିସ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ରାଜ୍ୟର ୮୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ।

Related story