ଅବହେଳିତ ଅବସ୍ଥାରେ ସୋରର ଶିଶୁ ଉଦ୍ୟାନ

ସୋର(ଓଡ଼ଶା ରିପୋର୍ଟର):ଅବହେଳିତ ଅବସ୍ଥାରେ ସୋରର ଏକମାତ୍ର ଶିଶୁ ଉଦ୍ୟାନ। ଖତ ଖାଉଛି ଲକ୍ଷାଧିକ ଟଙ୍କାର ଖେଳ ସାମଗ୍ରୀ । ପ୍ରଶାସନର ଉଦାସୀନତା ଯୋଗୁ ଶିଶୁ ଉଦ୍ୟାନ ମାଟିରେ ମିଶିବାକୁ ଯାଉଥିବା ଅଭିଯୋଗ ହୋଇଛି । ସେପଟେ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, ଉଦ୍ୟାନର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି। ଦୋଳି ଭାଙ୍ଗିଗଲାଣି । ଶୁଖିଗଲାଣି ଜଳଫୁଆରା । ଉଦ୍ୟାନକୁ ଆକର୍ଷଣୀୟ କରିବା ପାଇଁ ଲାଗିଥିବା ଲାଇଟ୍ ପୋଷ୍ଟ,ପିଲାଙ୍କ ମନୋରଞ୍ଜନ ପାଇଁ ଉର୍ଦ୍ଦିଷ୍ଟ ଉପକରଣ ସବୁ କିଛି ନଷ୍ଟ […]

pop

pop

Tapas Behera
  • Published: Tuesday, 24 December 2019
  • Updated: 24 December 2019, 05:13 PM IST

Sports

Latest News

ସୋର(ଓଡ଼ଶା ରିପୋର୍ଟର):ଅବହେଳିତ ଅବସ୍ଥାରେ ସୋରର ଏକମାତ୍ର ଶିଶୁ ଉଦ୍ୟାନ। ଖତ ଖାଉଛି ଲକ୍ଷାଧିକ ଟଙ୍କାର ଖେଳ ସାମଗ୍ରୀ । ପ୍ରଶାସନର ଉଦାସୀନତା ଯୋଗୁ ଶିଶୁ ଉଦ୍ୟାନ ମାଟିରେ ମିଶିବାକୁ ଯାଉଥିବା ଅଭିଯୋଗ ହୋଇଛି । ସେପଟେ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, ଉଦ୍ୟାନର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି।

ଦୋଳି ଭାଙ୍ଗିଗଲାଣି । ଶୁଖିଗଲାଣି ଜଳଫୁଆରା । ଉଦ୍ୟାନକୁ ଆକର୍ଷଣୀୟ କରିବା ପାଇଁ ଲାଗିଥିବା ଲାଇଟ୍ ପୋଷ୍ଟ,ପିଲାଙ୍କ ମନୋରଞ୍ଜନ ପାଇଁ ଉର୍ଦ୍ଦିଷ୍ଟ ଉପକରଣ ସବୁ କିଛି ନଷ୍ଟ ବିନଷ୍ଟ। ଏମିତିକି ପାଚେରି ବି ଭାଙ୍ଗିଗଲାଣି।

ଶୀତ ଦିନରେ ବି ଫୁଲ ଗଛ ତ ଦେଖିବାକୁ ମିଳୁନି , ତାବଦଳରେ ସବୁଠି ଘାସ ବୁଦାରେ ଭର୍ତ୍ତି ରକ୍ଷଣା ବେକ୍ଷଣ ଅଭାବରୁ ଏକ ପ୍ରକାର ହତଶିରୀ ପାଲଟିଗଲାଣି ସୋରର ଏଇ ଏକମାତ୍ର ଶିଶୁ ଉଦ୍ୟାନ। ଯାହାକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ରହିଛି।

୨୦୧୫ ମସିହାରେ ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏଇ ଶିଶୁ ଉଦ୍ୟାନ। ହେଲେ ମାତ୍ର ୪ ବର୍ଷରେ ପାର୍କର ଏ ଅବସ୍ଥା ରକ୍ଷଣାବେକ୍ଷଣ ପାଇଁ କାହାରି ଆନ୍ତରିକତା ନାହିଁ । ସୋର ପୌରପାଳିକା କାଯର୍ୟ ନିର୍ବାହୀ ଅଧିକାରୀଙ୍କ କହିବା କଥା ଶିଶୁ ଉଦ୍ୟାନର ଉନ୍ନତିକରଣ ଉପରେ ଧ୍ୟାନ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos