‘ଫୋନି’ ପାଇଁ ଆଡଭାଇଜରୀ, ଓଡ଼ିଶାରେ ୮୫ କିମି ବେଗରେ ବହିବ ପବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି ନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏନ୍‌ଇଆର୍‌ସି (ନ୍ୟାସ୍‌ନାଲ୍‌ ଏମର୍ଜେନ୍‌ସୀ ରେସ୍‌ପନ୍ସ ସେଣ୍ଟର) ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଓଡ଼ିଶା ସମେତ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ ପାଇଁ ଏହି ଆଡ୍‌ଭାଇଜରୀ ଜାରି କରାଯାଇଛି। ଏହା ସହିତ ତିନି କେନ୍ଦ୍ର ଶାସିତ ଅଞ୍ଚଳ- ଆଣ୍ଡାମାନ ଓ ନିକୋବର, ପୁଡ଼ୁଚେରୀ ଓ ଲକ୍ଷାଦ୍ୱୀପ ପାଇଁ ମଧ୍ୟ ଏହି ଆଡଭାଇଜରୀ ଜାରି ହୋଇଛି। ‘ଫୋନି’କୁ ଦୃଷ୍ଟିରେ ରଖି ସ୍ଥିତି ଉପରେ […]

fani

Jyoshna Pradhan
  • Published: Tuesday, 30 April 2019
  • , Updated: 30 April 2019, 01:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି ନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏନ୍‌ଇଆର୍‌ସି (ନ୍ୟାସ୍‌ନାଲ୍‌ ଏମର୍ଜେନ୍‌ସୀ ରେସ୍‌ପନ୍ସ ସେଣ୍ଟର) ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଓଡ଼ିଶା ସମେତ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ ପାଇଁ ଏହି ଆଡ୍‌ଭାଇଜରୀ ଜାରି କରାଯାଇଛି। ଏହା ସହିତ ତିନି କେନ୍ଦ୍ର ଶାସିତ ଅଞ୍ଚଳ- ଆଣ୍ଡାମାନ ଓ ନିକୋବର, ପୁଡ଼ୁଚେରୀ ଓ ଲକ୍ଷାଦ୍ୱୀପ ପାଇଁ ମଧ୍ୟ ଏହି ଆଡଭାଇଜରୀ ଜାରି ହୋଇଛି। ‘ଫୋନି’କୁ ଦୃଷ୍ଟିରେ ରଖି ସ୍ଥିତି ଉପରେ ନଜର ରଖିବା ସହିତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଏନ୍‌ଇଆର୍‌ସି ପକ୍ଷରୁ କୁହାଯାଇଛି।

ଏନ୍‌ଇଆର୍‌ସି ପକ୍ଷରୁ ଜାରି କରାଯାଇଥିବା ଆଡ୍‌ଭାଇଜରୀରେ ଦର୍ଶାଯାଇଛି ଯେ, ଗତକାଲି ରାତି ଅଢ଼େଇଟା ସୁଦ୍ଧା ‘ଫୋନି’ ଶ୍ରୀଲଙ୍କାର ଟ୍ରିଙ୍କୋମାଳିର ପୂର୍ବ-ଉତ୍ତରପୂର୍ବରେ ୬୪୦ କିମି ଦୂରରେ ରହିଥିଲା। ସେହିଭଳି ଏହା ଚେନ୍ନାଇ ଠାରୁ ୭୧୦ କିମି ଦୂରରେ ଥିବା ବେଳେ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ୍‌ ଠାରୁ ୮୧୦ କିମି ଦୂରରେ ରହିଥିଲା।

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ଫୋନି’ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ଏବଂ ୨୪ ଘଣ୍ଟା ମଧ୍ୟରେ ଏହା ଏକ୍ସଟ୍ରିମ୍‌ଲୀ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ। ମେ’ ୧  ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର-ପଶ୍ଚିମ ମୁହାଁ ହୋଇ ଗତି କରିପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ଓଡ଼ିଶା ଆଡ଼କୁ ମୁହାଁଇପାରେ।

‘ଫୋନି’ ପ୍ରଭାବରେ ମେ’ ୨ ତାରିଖରେ ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ସହିତ ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳର ଆଖାପାଖ ଜିଲ୍ଲାରେ ବର୍ଷା ହେବ। ଏହି ଦୁଇ ଦିନରେ ବର୍ଷାର ପରିମାଣ ବଢ଼ିବ ଏବଂ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ମେ’ ୨ ତାରିଖରେ ଓଡ଼ିଶା ଉପକୂଳ ଓ ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳ ସମେତ ଏହା ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୪୦-୫୦ରୁ ୬୦ କିମି ବେଗରେ ପବନ ବହିପାରେ। ମେ’ ୩ ତାରିଖ ସକାଳେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୬୦ରୁ୭୦ କିମି ହୋଇଯିବ ଏବଂ ସ୍ଥଳବିଶେଷରେ ଏହା ଘଣ୍ଟାପ୍ରତି ୮୦ କିମି ମଧ୍ୟ ହେବାର ସମ୍ଭାବନା ରହିଛି। ତା’ପରେ ପବନର ବେଗ ଆହୁରି ବଢ଼ିବ।

ମେ’୨ରୁ ୪ ତାରିଖ ମଧ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅଶାନ୍ତରୁ ପ୍ରବଳ ଅଶାନ୍ତ ରହିପାରେ। ତେଣୁ ମେ’ ୨ରୁ ଆଉ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

 

 

 

Related story