ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

Ordigital Desk
  • Published: Tuesday, 23 January 2018
  • , Updated: 23 January 2018, 09:34 AM IST
<p>କଟକ( ଓଡ଼ିଶା ରିପୋର୍ଟର): ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୧ ତମ ଜୟନ୍ତୀ। ଏଥିପାଇଁ ଚଳଚଞ୍ଚଳ ନେତାଜୀ ସଂଗ୍ରହାଳୟ। ମ୍ୟୁଜିୟମ୍ ଭିତରେ ଏବଂ ବାହାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ଭୋର ୪ଟାରରେ &nbsp;ରାମଧୂନ୍ ପରେ ସଂଗ୍ରହାଳୟ ଖୋଲାଯାଇଛି। ଦିନ ୧୧ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦିନ ୧୨ଟାରେ ଜନ୍ମଗୃହରେ ହୋମଯଜ୍ଞର ଆୟୋଜନ କରାଯାଇଛି। ଏହାସହ ଲଳିତ କଳା ଏକାଡେମୀ ପକ୍ଷରୁ ନେତାଜୀଙ୍କର କିଛି ପ୍ରତିମୂର୍ତ୍ତି ତଥା ଫଟୋଚିତ୍ର ପ୍ରଦର୍ଶିତ କରାଯିବ। ମ୍ୟୁଜିୟମ ଚାରିପଟେ ଲାଗିଥିବା ରଙ୍ଗବେରଙ୍ଗ ଫୁଲ ସାଙ୍ଗକୁ କଳା କାରିଗରୀ ଏବଂ ତା&rsquo; ସାଙ୍ଗକୁ ବାଲୁକା ଶିଳ୍ପ ଚଳିତବର୍ଷ ଦର୍ଶକ ତଥା ନେତାଜୀପ୍ରେମୀଙ୍କୁ ଆକୃଷ୍ଟ କରିବ ବୋଲି ଲକ୍ଷ୍ୟ ରଖାଯାଇଛି।</p>

Related story