ବିଏମ୍‌ସିରେ ‘ପୁଷ୍ପା’ କ୍ରେଜ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିନି ଫିଲ୍ମ ‘ପୁଷ୍ପା’ର କ୍ରେଜ୍‌। ପିଲାଙ୍କଠାରୁ ବୁଢ଼ା ସମସ୍ତେ ସେହି ଫିଲ୍ମ ମାୟାରେ ବାୟା। ଏପରି ସ୍ଥିତିରେ ‘ପୁଷ୍ପା’କୁ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏକ ସଚେତନାତ୍ମକମୂଳକ ଟ୍ୱିଟ୍‌ କରିଛି। ଯେଉଁଥିରେ ଫିଲ୍ମର ନାୟକ ପୁଷ୍ପାର ଫଟୋକୁ ସେୟାର କରାଯାଇ ଲେଖାଯାଇଛି, “ଦିନ ହେଉ ବା ରାତି… ମୁଁ ଅଳିଆ ବାହାରେ ଫିଙ୍ଗିବି ନାହିଁ।” Never Ever Throw Garbage Outside! Always put it in a dustbin […]

BMC

Manoranjan Sial
  • Published: Monday, 07 February 2022
  • , Updated: 07 February 2022, 06:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିନି ଫିଲ୍ମ ‘ପୁଷ୍ପା’ର କ୍ରେଜ୍‌। ପିଲାଙ୍କଠାରୁ ବୁଢ଼ା ସମସ୍ତେ ସେହି ଫିଲ୍ମ ମାୟାରେ ବାୟା। ଏପରି ସ୍ଥିତିରେ ‘ପୁଷ୍ପା’କୁ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏକ ସଚେତନାତ୍ମକମୂଳକ ଟ୍ୱିଟ୍‌ କରିଛି। ଯେଉଁଥିରେ ଫିଲ୍ମର ନାୟକ ପୁଷ୍ପାର ଫଟୋକୁ ସେୟାର କରାଯାଇ ଲେଖାଯାଇଛି, “ଦିନ ହେଉ ବା ରାତି... ମୁଁ ଅଳିଆ ବାହାରେ ଫିଙ୍ଗିବି ନାହିଁ।”

https://twitter.com/bmcbbsr/status/1490571215643324416?s=20&t=n-1YaBNSW_-7woPvegWnSQ

ସ୍ମାର୍ଟସିଟି ଭୁବନେଶ୍ୱର। କ୍ଲିନ୍‌ ରାଜଧାନୀ ପାଇଁ ବୁଲୁଛି ସଫାଇ ଗାଡ଼ି (ଅଳିଆ ଗାଡି)। ଏହାଛଡ଼ା ଛକ ଛକରେ ବସିଛି ଡଷ୍ଟବିନ୍‌। ଏହା ସତ୍ତ୍ୱେ କେତେକ ଅସାଧୁ ବ୍ୟକ୍ତି ଅଳିଆକୁ ଡଷ୍ଟବିନ୍‌ରେ ନପକାଇ ଏଣେତେଣେ ପକାଇ ଦେଉଛନ୍ତି। ଯାହାଫଳରେ ରାଜଧାନୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ବାୟୁମଣ୍ଡଳ ଦିନକୁ ଦିନ ଦୂଷିତ ହେଉଛି। ଏହାକୁ ନଜରରେ ରଖି ଆଜି ବିଏମ୍‌ସି ଏକ ସଚେତନାତ୍ମକ ଟ୍ୱିଟ୍‌ କରିଛି।

ବିଏମ୍‌ସି କରିଥିବା ଟ୍ୱିଟ୍‌ରେ ଲେଖାଯାଇଛି, କୌଣସି ପରିସ୍ଥିତିରେ ବାହାରେ ଅଳିଆ ଫିଙ୍ଗନ୍ତୁ ନାହିଁ! ଘରୁ ବାହାରୁଥିବା ଅଳିଆକୁ ଡଷ୍ଟବିନ୍‌ରେ ପକାନ୍ତୁ। ନହେଲେ ସଫାଇବାଲାକୁ ପ୍ରଦାନ କରନ୍ତୁ। ଆଉ ଏ ସହରକୁ କ୍ଲିନ୍‌ ଓ ଗ୍ରୀନ୍‌ ରଖନ୍ତୁ ବୋଲି ଟ୍ୱିଟ୍‌ରେ ଲେଖାଯାଇଛି।

ସେପଟେ ଟ୍ୱିଟ୍‌ରେ ସେୟାର କରାଯାଇଛି ଫିଲ୍ମ ‘ପୁଷ୍ପା’ର ନାୟକ ପୁଷ୍ପାର ଫଟୋ। ସେଥିରେ ଲେଖାଯାଇଛି, ଦିନ ହେଉ ବା ରାତି... ମୁଁ ଅଳିଆ ବାହାରେ ଫିଙ୍ଗିବି ନାହିଁ। ଟ୍ୱିଟ୍‌ରେ #Pushpa #PushpaRaj #PusphaForEnvironment #SwachhaBhubaneswar ହାସ୍‌ଟ୍ୟାଗ୍‌ ଦିଆଯାଇଛି।

Related story