ମାଆ ମଲା ପରେ ଶିଶୁକୁ ବିକିଦେଲେ ମେଡିକାଲ୍‌ କର୍ମଚାରୀ!

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ SNCUରୁ ଶିଶୁ ନିଖୋଜ ହୋଇଯାଇଛି। ଶିଶୁଟିକୁ କେହି ମେଡିକାଲ ଷ୍ଟାଫ୍‌ ବିକ୍ରି କରି ଦେଇଥିବା ଅଭିଯୋଗ। ଏନେଇ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନା ସିଲଟାଗୁଡ଼ା ଗାଁର ଦରସିଂହ ଗୌଡ଼ଙ୍କ ପତ୍ନୀ ତୁଲସିନା ଗର୍ଭବତୀ ଥିଲେ। ୯ ତାରିଖରେ ସକାଳେ ତୁଲସିନା ପିଲା ଜନ୍ମ କରିଥିଲେ। ପିଲା ଜନ୍ମ ପରେ ପରେ ସେ ଅସୁସ୍ଥ ହୋଇଥିଲେ। […]

koraput

Manoranjan Sial
  • Published: Friday, 12 February 2021
  • , Updated: 12 February 2021, 04:59 PM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ SNCUରୁ ଶିଶୁ ନିଖୋଜ ହୋଇଯାଇଛି। ଶିଶୁଟିକୁ କେହି ମେଡିକାଲ ଷ୍ଟାଫ୍‌ ବିକ୍ରି କରି ଦେଇଥିବା ଅଭିଯୋଗ। ଏନେଇ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ନବରଙ୍ଗପୁର ପାପଡ଼ାହାଣ୍ଡି ଥାନା ସିଲଟାଗୁଡ଼ା ଗାଁର ଦରସିଂହ ଗୌଡ଼ଙ୍କ ପତ୍ନୀ ତୁଲସିନା ଗର୍ଭବତୀ ଥିଲେ। ୯ ତାରିଖରେ ସକାଳେ ତୁଲସିନା ପିଲା ଜନ୍ମ କରିଥିଲେ। ପିଲା ଜନ୍ମ ପରେ ପରେ ସେ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପାପଡ଼ାହାଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

୧୦ ତାରିଖ ସକାଳେ ତାଙ୍କୁ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ SNCUକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତୁଲସିନାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। କିନ୍ତୁ ପିଲାକୁ SNCU ରଖାଯାଇଥିବା ତୁଲସିନାଙ୍କ ସ୍ୱାମୀ ଦରସିଂହ କହିଛନ୍ତି।

ପତ୍ନୀଙ୍କ ମୃତଦେହ ଧରି ଦରସିଂହ ଓ ତାଙ୍କ ପରିବାର ଲୋକୁ ଫେରିଥିଲେ। ମୃତଦେହ ସଂସ୍କାର କରି ୧୧ ତାରିଖରେ ପିଲା ଆଣିବାକୁ ମେଡିକାଲ୍‌କୁ ଯାଇଥିଲେ। ମାତ୍ର ସେଠାରୁ ପିଲାକୁ ପାଇଲେ ନାହିଁ। ମେଡିକାଲ କଲେଜର କର୍ମଚାରୀମାନେ ପିଲା ସମ୍ପର୍କରେ କିଛି କହିନଥିଲେ।

ସବୁଆଡୁ ନିରାଶ ହେବା ପରେ ଦରସିଂହ ଏନେଇ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ମେଡିକାଲ୍‌ରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି। ମାତ୍ର ପିଲା ସମ୍ପର୍କରେ କୌଣସି ପତ୍ତା ପାଇନି ପୁଲିସ।

Related story