ବେଆଇନ ଭାବେ ହସ୍ତାନ୍ତର ହୋଇଥିବା ଶିଶୁ କନ୍ୟା ଉଦ୍ଧାର

Ordigital Desk
  • Published: Monday, 29 January 2018
  • , Updated: 29 January 2018, 11:20 AM IST
<p>ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ହାତୀବାରିରେ ବେଆଇନ୍ ଭାବେ ହସ୍ତାନ୍ତର କରାଯାଇଥିବା ଏକ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଉଦ୍ଧାର କରିଛି। ଜଣେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ଘରୁ ଶିଶୁଟିକୁ ଉଦ୍ଧାର କରଯାଇଛି। ବେଆଇନ ଭାବେ ହସ୍ତାନ୍ତର କରାଯାଇଥିବା ନେଇ ପ୍ରଥମେ କମିଟି ପକ୍ଷରୁ ହାତୀବାରି ଥାନାରେ ଏତଲା ଦିଆଯାଇଥିଲା। ପରେ ଶିଶୁ ସୁରକ୍ଷା ଅଧିକାରୀମାନେ ଶିଶୁକୁ ଉଦ୍ଧାର କରି &lsquo;ଚାଇଲଡ୍&zwnj; ଦିଶା&rsquo; ନାମକ ଏକ ସଂସ୍ଥାକୁ ହସ୍ତାନ୍ତର କରିଛନ୍ତି।</p> <p>ଗତ ନଭେମ୍ବର ୧୭ ତାରିଖରେ ହାତୀବାରି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଅବିବାହିତ ଝିଅ ଶିଶୁ କନ୍ୟାଟିକୁ ଜନ୍ମ ଦେଇଥିଲେ। ସେଠାକାର ଷ୍ଟାଫ ନର୍ସ ଓ ଆଶାକର୍ମୀ ଶିଶୁକନ୍ୟାକୁ ନୂଆଗାଁ ବ୍ଲକ କର୍କଟନାଶା ଅଙ୍ଗନବାଡ଼ି ରୋଷେୟା ଓ ତାଙ୍କ ସ୍ୱାମୀଙ୍କୁ ବେଆଇନ ଭାବେ ହସ୍ତାନ୍ତର କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଶିଶୁ ମଙ୍ଗଳ କମିଟି ଥାନାରେ ଏତଲା ଦେବା ସହ ଶିଶୁକନ୍ୟାକୁ ଉଦ୍ଧାର କରିଛି।</p>

Related story