ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଲଖନପୁର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଅନ୍ତର୍ଗତ ଝଣ୍ଡାପଡ଼ା ନିକଟ ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ରାସ୍ତାକଡ଼ରେ ଶିଶୁଟି ପଡ଼ିଥିବା ଦେଖି ଲୋକେ ପୋଲିସରେ ଖବର ଦେଇଥିଲେ। ଏହା ପରେ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।

baby

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 09:25 AM IST

Related story