ବିବାହର ୮ ମାସ ପୂରିନି, ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ

ଭଦ୍ରକ(ଓଡ଼ିଶା ରିପୋର୍ଟର): ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ଜଣକ ତିହିଡି଼ ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମର ପ୍ରକାଶ ରାଉଳଙ୍କ ପତ୍ନୀ ବର୍ଷାରାଣୀ ନାୟକ। ଶାଶୁ ଘରେ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ତାଙ୍କୁ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ବାପଘର ପକ୍ଷରୁ ତିହିଡ଼ି ଥାନାରେ ଆଜି ଅଭିଯୋଗ ହୋଇଛି। ଏଥିସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଏସପିଙ୍କ ଅଫିସ ସମ୍ମୁଖ ରାସ୍ତାକୁ ଅବରୋଧ କରିଥିଲେ ବାପଘର ଲୋକେ। ପୁଲିସ ପହଞ୍ଚି ବୁଝାସୁଝା […]

New-bride

  • Published: Saturday, 06 August 2022
  • , Updated: 06 August 2022, 09:00 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ଜଣକ ତିହିଡି଼ ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମର ପ୍ରକାଶ ରାଉଳଙ୍କ ପତ୍ନୀ ବର୍ଷାରାଣୀ ନାୟକ। ଶାଶୁ ଘରେ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ତାଙ୍କୁ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ବାପଘର ପକ୍ଷରୁ ତିହିଡ଼ି ଥାନାରେ ଆଜି ଅଭିଯୋଗ ହୋଇଛି। ଏଥିସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଏସପିଙ୍କ ଅଫିସ ସମ୍ମୁଖ ରାସ୍ତାକୁ ଅବରୋଧ କରିଥିଲେ ବାପଘର ଲୋକେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ଏନେଇ ଏକ ମାମଲା କରିବା ପରେ ମୃତ ନବବଧୂଙ୍କ ଶାଶୁଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ମୃତ ମହିଳାଙ୍କ ଭାଇ ରୋହନ ନାୟକ କହିଛନ୍ତି, ଆଜି ସକାଳୁ ଭଉଣୀ ଶୋଇବା ଘର ଫ୍ୟାନ୍‌ରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ତା’ ଶାଶୁଘର ଲୋକେ ଖବର ପଠାଇଥିଲେ। ହେଲେ ସେମାନେ ପହଞ୍ଚି ଦେଖନ୍ତି ମୃତ ଶରୀର ଆଣ୍ଠୁ ଖଟ ଉପରେ ଲାଗିଛି। ଖଟ ବେଡ଼ସିଟ୍ ଟିକିଏ ବି ଅସଜଡ଼ା ହୋଇନି। ଟୁଲ ବି ପାଖରେ ଥୁଆ ହୋଇଛି। ଏଥିରୁ ତାକୁ ମାରି ଦିଆଯାଇଥିବା ସନ୍ଦେହ ହେବାରୁ ସେମାନେ ଆଇନର ଆଶ୍ରୟ ନେଇଥିଲେ। ଗତବର୍ଷ ଡିସେମ୍ବରରେ ଭଉଣୀର ବାହାଘର ଧୁମଧାମ କରିଥିଲେ। ହେଲେ ବାହାଘର ପରେ ଶାଶୁଘର ଲୋକେ ତାକୁ ବିଭିନ୍ନ ପ୍ରକାର ମାନସୀକ ଓ ଯୌତୁକ ନିର୍ଯାତନା ଦେଉଥିଲେ। ଆଜି ତାକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି।

ସୁଚନା ମୁତାବକ, ଧୂଷୁରୀ ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ଅଧର ନାୟକଙ୍କ ଝିଅ ବର୍ଷା ତିହିଡି଼ ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମର ପ୍ରଭାତ ରାଉଳଙ୍କ ପୁଅ ପ୍ରକାଶ ରାଉଳଙ୍କୁ ଗତବର୍ଷ ଡିସେମ୍ବର ୧୨ ତାରିଖରେ ବାହା ହୋଇଥିଲେ।  ପ୍ରକାଶ ବାଙ୍ଗାଲୋରରେ ରହି କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ବର୍ଷା ମିର୍ଜାପୁର ଶ୍ୱଶୁରଙ୍କ ଘରେ ରହୁଥିଲେ।

ମୃତ ମହିଳାଙ୍କ ଦିଅର ପ୍ରଦୀପ ରାଉଳ କହିଛନ୍ତି, ସବୁଦିନ ଭଳି ଭାଉଜ ରାତିରେ ଖାଇପିଇ ଶୋଇଥିଲେ। ହେଲେ ସକାଳୁ ଆଉ ଶୋଇବା ଘର ଦୂଆର ନ ଖୋଲିବାରୁ ସନ୍ଦେହ ହୋଇଥିଲା। ଯେତେ ଯିଏ ଡାକିଥିଲେ ହେଁ ସେ ଶୋଇଥିବା ଘର କବାଟ ଖୋଲି ନ ଥିଲେ। ତେଣୁ କବାଟ ତାଡି ଦେଖିଲା ବେଳକୁ ପଙ୍ଖାରେ ତାଙ୍କ ମୃତଦେହ ଝୁଲିଛି। କଣ ପାଇଁ ସେ ଏଭଳି ପଦକ୍ଷେପ ନେଲେ ଜାଣି ନ ଥିବା କହିଛନ୍ତି ପ୍ରଦୀପ।

Related story