ଭିଏସ୍‌ଏସ୍‌ୟୁ ଛାତ୍ରଛାତ୍ରୀଙ୍କ ଅଫ୍‌ରୋଡ ଭେଇକିଲକୁ ସର୍ବଭାରତୀୟ ପ୍ରତିଯୋଗିତାରେ ୨ଟି ପୁରସ୍କାର

ସମ୍ୱଲପୁର: ସର୍ବଭାରତୀୟ ପ୍ରତିଯୋଗିତାରେ ବୁର୍ଲା ଭିଏସ୍ଏସ୍‌ୟୁଟି  ଛାତ୍ରଛାତ୍ରୀଙ୍କୁ ଦୁଇଟି ପୁରସ୍କାର ମିଳିଛି। ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରସ୍ତୁତ ଅଫରୋଡ ଭେଇକିଲକୁ ୨ଟି ବର୍ଗରେ ଏହି ପୁରସ୍କାର ମିଳିଛି। ସବୁଠାରୁ କମ୍ ଖର୍ଚ୍ଚରେ ତିଆରି ହୋଇଥିବାରୁ ପ୍ରଥମ ଓ ସାମଗ୍ରିକ ଭାବେ ଦ୍ୱିତୀୟ ପୁରସ୍କାର ମିଳିଛି। ସମତଳ ଭୂମି, ମାଟି ରାସ୍ତା, ବାଲି ରାସ୍ତା, କାଦୁଅ ରାସ୍ତା ଏପରି କି ପାହାଡିଆ ରାସ୍ତାରେ ଏହି ଭେଇକିଲ୍ ସହଜରେ ଯାଇପାରିବ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ଭେଇକିଲର ତିଆରି କରିବାରେ ଖର୍ଚ୍ଚ […]

new car-vssu

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 12:09 PM IST

ସମ୍ୱଲପୁର: ସର୍ବଭାରତୀୟ ପ୍ରତିଯୋଗିତାରେ ବୁର୍ଲା ଭିଏସ୍ଏସ୍‌ୟୁଟି  ଛାତ୍ରଛାତ୍ରୀଙ୍କୁ ଦୁଇଟି ପୁରସ୍କାର ମିଳିଛି। ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରସ୍ତୁତ ଅଫରୋଡ ଭେଇକିଲକୁ ୨ଟି ବର୍ଗରେ ଏହି ପୁରସ୍କାର ମିଳିଛି। ସବୁଠାରୁ କମ୍ ଖର୍ଚ୍ଚରେ ତିଆରି ହୋଇଥିବାରୁ ପ୍ରଥମ ଓ ସାମଗ୍ରିକ ଭାବେ ଦ୍ୱିତୀୟ ପୁରସ୍କାର ମିଳିଛି।

ସମତଳ ଭୂମି, ମାଟି ରାସ୍ତା, ବାଲି ରାସ୍ତା, କାଦୁଅ ରାସ୍ତା ଏପରି କି ପାହାଡିଆ ରାସ୍ତାରେ ଏହି ଭେଇକିଲ୍ ସହଜରେ ଯାଇପାରିବ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ଭେଇକିଲର ତିଆରି କରିବାରେ ଖର୍ଚ୍ଚ ହୋଇଛି ୭ ଲକ୍ଷ ଟଙ୍କା। ଏହାର ବିଶେଷତ୍ୱ ହେଉଛି ଏହାର ଇଞ୍ଜିନ୍ 305 CCର। ଘଣ୍ଟାକୁ ୭୦ କିଲୋମିଟର ବେଗରେ ଯାଇପାରିବ ଏହି ଗାଡ଼ି। ପେଟ୍ରୋଲରେ ଚାଲୁଥିବା ଏହି ଗାଡି ଲିଟର ପିଛା ୧୭ କିଲୋମିଟର ଯାଇପାରିବ।

ଏହି ଗାଡିଟି ମେକାନିକାଲ୍, ପ୍ରଡକ୍ସନ୍ ଓ ଇଲେକଟ୍ରିକାଲ୍ ଇଂଜିନିୟରିଂ ବିଭାଗର  ମୋଟ ୩୦ ଜଣ ଛାତ୍ରଛାତ୍ରୀ ମିଳିତ ଉଦ୍ୟମରେ ତିଆରି ହୋଇଛି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ଇଂଜିନିୟରିଂ କଲେଜରୁ ୫୦ଟି ଦଳ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।

ଆଗକୁ ଇନ୍ଦୋରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେଉଛନ୍ତି। ହେଲେ ଏଥିପାଇଁ ଅର୍ଥ ବାଧକ ସାଜିଛି। କୌଣସି  ସଂସ୍ଥା ସହଯୋଗର ହାତ ବଢ଼ାଇଲେ ସେମାନେ ଆହୁରି ଭଲ କାମ କରିପାରିବେ ବୋଲି ଭିଏସଏସୟୁଟି ଛାତ୍ରଛାତ୍ରୀ କହିଛନ୍ତି।

Related story