ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନୂଆ ବିବାଦ, ଦାନା ବାନ୍ଧିବ କି ଆନ୍ଦୋଳନ

ପୁରୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦେଖା ଦେଇଛି ନୂଆ ବିବାଦ। ମନ୍ଦିର ଠାରୁ ୭୫ ମିଟର ମଧ୍ୟରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ତୁଟି ନଥିବା ବେଳେ ଦେଖା ଦେଇଛି ନୂଆ ବିବାଦ। ଏହି ବିବାଦ ଆରମ୍ଭ ହୋଇଛି ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପଦେଷ୍ଟା କମିଟି (CAC) ବୈଠକ ପରେ। ଗତକାଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର ସ୍ଥାନାନ୍ତର ହେବ। ଶହେ ମିଟରର […]

Puri Temple

Jitendra Garnayak
  • Published: Friday, 13 May 2022
  • , Updated: 13 May 2022, 09:16 PM IST

ପୁରୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦେଖା ଦେଇଛି ନୂଆ ବିବାଦ। ମନ୍ଦିର ଠାରୁ ୭୫ ମିଟର ମଧ୍ୟରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ତୁଟି ନଥିବା ବେଳେ ଦେଖା ଦେଇଛି ନୂଆ ବିବାଦ। ଏହି ବିବାଦ ଆରମ୍ଭ ହୋଇଛି ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପଦେଷ୍ଟା କମିଟି (CAC) ବୈଠକ ପରେ।

ଗତକାଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର ସ୍ଥାନାନ୍ତର ହେବ। ଶହେ ମିଟରର ପ୍ରୋହିବିଟେଡ୍ ଏରିଆ ଭିତରେ ଚାଲିଥିବା ଏହି ଅଭ୍ୟର୍ଥନା କେନ୍ଦ୍ରକୁ ୨ଶହ ମିଟରର ରେଗୁଲେଟେଡ୍ ଏରିଆକୁ ଉଠାଇ ନିଆଯିବ। ଯେ କୌଣସି ଐତିହ୍ୟ ସ୍ଥଳର ଶହେ ମିଟର ଭିତରେ କୌଣସି ପ୍ରକାର ଖନନ ବେଆଇନ୍ ବୋଲି ASI ଡିଜିଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଖୋଦ୍ ଗଜପତି ମହାହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଆଉ ଏହି ନିଷ୍ପତ୍ତି ପୋତିଛି ବିବାଦର ନୂଆ ମଞ୍ଜି, ଯାହା ଆନ୍ଦୋଳନର ରୂପ ବି ନେଇପାରେ।

ଶହ ମିଟର ରେଗୁଲେଟେଡ୍ ଏରିଆକୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ଛାନିଆ ହୋଇପଡ଼ିଛନ୍ତି ମାଟିମଣ୍ଡପ ସାହି, ଶୂନ୍ୟଗୋଷାଣୀ ଗଳି ଓ କାଳିକାଦେବୀ ସାହି ବାସିନ୍ଦା। ବହୁ ସେବାୟତ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟ ସରକାରଙ୍କ ଅଦୂରଦର୍ଶିତାର ପରିଣାମ ସେମାନେ କାହିଁକି ଭୋଗିବେ ବୋଲି ପ୍ରଶ୍ନ କରିଛନ୍ତି। ଜୀବନ ଗଲେ ବି ଆଉ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଲୋକେ କହିଛନ୍ତି।

ଶୂନ୍ୟଗୋଷାଣୀ ଗଳିର ବାସିନ୍ଦା ନାରାୟଣ ମହାପାତ୍ର କହିଛନ୍ତି, ଏଠି ବ୍ରହ୍ମା ବିଳିବିଳେଇଲେ ବେଦ। ତାଙ୍କର ସେ କେଉଁଠି କେମିତି କରିବେ କରନ୍ତୁ। ଜୀବନ ଦେବୁ ପଛେ ଆଉ ଇଞ୍ଚେ ଜମି ଦେବୁ ନାହିଁ। ଯେତିକି ନେଇଛ ସେତିକିରେ କର।

ସେହିଭଳି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି ଯେ ପୂର୍ବର ୭୫ ମିଟରର ଅଧିଗ୍ରହଣକୁ ସ୍ୱାଗତ କରାଯାଇଥିଲା। ଏବେ ତା’ଠୁ ଅଧିକ ଜମି ଅଧିଗ୍ରହଣ କଲେ ତୀବ୍ର ବିରୋଧ କରାଯିବ। ୨୦୦ ମିଟର ଭିତରେ ମୁଖ୍ୟ ମୁଖ୍ୟ ସେବାୟତମାନେ ରହୁଛନ୍ତି। ଯେତିକି ଜାଗା ଅଧିଗ୍ରହଣ କରିଛନ୍ତି ସେତିକିରେ ସବୁ କାର୍ଯ୍ୟ କରାଯାଉ। ଆଉ ଯଦି ନେବେ ତା’ହେଲେ ନିଶ୍ଚିତ ଆନ୍ଦୋଳନର ଦାନା ବାନ୍ଧିବ।

ଅନ୍ୟପକ୍ଷରେ ଗତକାଲିର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଆରମ୍ଭରୁ ପ୍ରକଳ୍ପକୁ ବିରୋଧ କରି ଆସୁଥିବା ସାମାଜିକ କର୍ମୀ ଓ ଆଇନଜୀବୀ। ସେମାନଙ୍କ କହିବା କଥା- ତା’ହେଲେ ନିଷିଦ୍ଧାଞ୍ଚଳରେ କେମିତି ନିର୍ମାଣ ହେଉଥିଲା ରିସେପସନ୍ ସେଣ୍ଟର ? କିଏ ଏ ଡିପିଆର ଓ ଡିଜାଇନ୍‌କୁ ଦେଇଥିଲା ଅନୁମତି ? ୨ଶହ ମିଟର ରେଗୁଲେଟେଡ୍ ଏରିଆ ଭିତରେ ରିସେପସନ୍ ସେଣ୍ଟର ନିର୍ମାଣ ପାଇଁ ପୁଣି ଚାଲିବ ଖନନ। ଏଥିପାଇଁ ପୁଣି ଜମିଅଧିଗ୍ରହଣ ସାଙ୍ଗକୁ ଏଏସ୍ଆଇ ଓ ଏନଏମ୍ଏର ଅନୁମତି ବି ଦରକାର।

ସାମାଜିକ କର୍ମୀ ଦିଲ୍ଲୀପ ବରାଳ କହିଛନ୍ତି, ନିଷିଦ୍ଧାଞ୍ଚଳ ବିଷୟରେ ରାଜ୍ୟ ସରକାରଙ୍କର ଜ୍ଞାନ ଥିଲା ତ? ତା’ହେଲେ କାହିଁକ ଐତିହ କରିଡ଼ର କରିବାକୁ ନିଷ୍ପତ୍ତି ନେଇଥିଲେ?

ସେହିଭଳି ଗତ ୧୦ ତାରିଖରେ ଏକ ଟ୍ୱିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଥିଲେ ଯେ ଯଦି ୧୦୦ ମିଟର ପରିଧିରେ ଚାଲିଥିବା ନିର୍ମାଣ ବେଆଇନ୍ ଘୋଷିତ ହୁଏ, ତା’ହେଲେ ଓଡ଼ିଆ ଲୋକଙ୍କ ଶହ ଶହ କୋଟି ଟଙ୍କା ନଷ୍ଟ ପାଇଁ କିଏ ଦାୟୀ ରହିବେ?

Related story