ରାଜ୍ୟରେ ଆଉ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ, ଲକ୍ଷେ ଟପିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ରେ ପହଞ୍ଚିଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେହିପରି ବାକି ୧୧୪୬ଟି ହେଉଛି ଲୋକାଲ୍ କେସ୍। 6. Cuttack: 3377. Deogarh: 28. Dhenkanal: 499. Gajapati: 910. Ganjam: 21611. Jagatsinghpur: 6612. Jajpur: 3813. […]

COrona-5-2

Jitendra Garnayak
  • Published: Sunday, 30 August 2020
  • , Updated: 30 August 2020, 11:16 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ରେ ପହଞ୍ଚିଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେହିପରି ବାକି ୧୧୪୬ଟି ହେଉଛି ଲୋକାଲ୍ କେସ୍।


ଏହି ୩୦୧୪ ଆକ୍ରାନ୍ତଙ୍କ ମଧ୍ୟରେ ସବୁଠୁ ଅଧିକ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ଏହି ଜିଲ୍ଲାରୁ ୬୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୧୬, କୋରାପୁଟରୁ ୧୨୦, ମୟୂରଭଞ୍ଜରୁ ୨୯୨, ପୁରୀରୁ ୧୧୮, ରାୟଗଡ଼ା ୧୦୪, ସମ୍ବଲପୁରରୁ ୧୦୨ ଓ ବାଲେଶ୍ୱରରୁ ୧୩୮ ଜଣ ଚିହ୍ନଟ ହୋଇଛନ୍ତି।


ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୦,୭୧୪ ଜଣ ସୁସ୍ଥ ହୋଇସାରିଛନ୍ତି। ୨୯,୬୮୫ ଜଣଙ୍କ ଚିକିତ୍ସା ଚାଲିଛି। ସେହିପରି ୪୮୨ ଜଣଙ୍କ ମୃତ୍ୟୁ ଘଟିଛି।

Related story