ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୨୯୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୧୨୩ଟି ହେଉଛି ଲୋକାଲ୍ କେସ୍।
ଗତ କିଛି ଦିନ ହେଲା ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହୁଥିବା ବେଳେ ଜିଲ୍ଲାରେ ବେକାକୁ ହୋଇପଡ଼ିଥିଲା କରୋନା ସ୍ଥିତି। ତେବେ ଆଜି ଖୋର୍ଦ୍ଧାକୁ ପଛରେ ପକାଇ ଆଗେଇ ଯାଇଛି ସିଲଭର ସିଟି କଟକ। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାର୍ କରିଛି। ଏଠାରେ ଦିନକରେ ୫୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରେ ୪୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ୨୧୫, ଗଞ୍ଜାମରେ ୧୭୯, କୋରାପୁଟରେ ୧୮୧, ମୟୂରଭଞ୍ଜରେ ୧୫୬, ରାୟଗଡ଼ାରେ ୧୪୩ ଓ ସମ୍ବଲପୁରରେ ୧୦୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 23rd August
New Positive Cases: 2949
In quarantine: 1826
Local contacts: 1123(Details of local contacts will be shared by concerned District Administration)
District Wise Cases
1. Angul: 1
2. Balasore: 88
3. Bargarh: 62
4. Bhadrak: 66
5. Balangir: 57— I & PR Department, Odisha (@IPR_Odisha) August 24, 2020
6. Boudh: 3
7. Cuttack: 589
8. Deogarh: 2
9. Dhenkanal: 13
10. Gajapati: 3
11. Ganjam: 179
12. Jagatsinghpur: 51
13. Jajpur: 215
14. Jharsuguda: 20
15. Kalahandi: 30
16. Kandhamal: 34
17. Kendrapada: 56
18. Keonjhar: 30
19. Khurda: 474
20. Koraput: 181
21. Malkangiri: 78— I & PR Department, Odisha (@IPR_Odisha) August 24, 2020
22. Mayurbhanj: 156
23. Nawarangpur: 26
24. Nayagarh: 93
25. Nuapada: 2
26. Puri: 86
27. Rayagada: 143
28. Sambalpur: 104
29. Sonepur: 26
30. Sundargarh: 81New Recoveries: 2129
Cumulative Tested: 1363620
Positive: 81479
Recovered: 54405
Active Cases: 26602— I & PR Department, Odisha (@IPR_Odisha) August 24, 2020
ନୂଆ ୨୯୪୯ଟି କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଟପି ଯାଇଛି। ଆଜି ଏହି ସଂଖ୍ୟା ୮୧,୪୭୯ରେ ପହଞ୍ଚିଥିବା ବେଳେ ୫୪,୪୦୫ ଜଣ ସୁସ୍ଥ ହୋଇଛନ୍ତି। ୨୬,୬୦୨ ଜଣ ଚିକିତ୍ସାଧୀନ ଥିବା ବେଳେ ୪୧୯ ଜଣ କରୋନା ଆକ୍ରାନ୍ତ ଆଖି ବୁଜି ସାରିଲେଣି।
ସୂଚନାଯୋଗ୍ୟ, ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୬୦ ହଜାରରୁ ଊର୍ଦ୍ଧ୍ୱ ଟେଷ୍ଟ କରାଯାଇଥିଲା। RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ଟେଷ୍ଟ ହୋଇଥିଲା। RTPCRରେ ୭,୪୯୦; ଆଣ୍ଟିଜେନ୍ରେ ୫୩,୨୯୫ ଓ ଟ୍ରୁନଟ୍ ମାଧ୍ୟମରେ ହୋଇଥିଲା ୧୨୪ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧତ୍କ ୯ ହଜାର ୨୧୯ କରୋନା ଟେଷ୍ଟ ହୋଇଥିଲା।