ରାଜ୍ୟରେ ଦିନକରେ ୧୬୯୯ ଆକ୍ରାନ୍ତ ଚିହ୍ନଟ, ୪୦ ହଜାର ଟପିଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୯ ଜିଲ୍ଲାରୁ ନୂଆ ୧୬୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୬୨୬ ହେଉଛି ଲୋକାଲ୍ କେସ୍‌। ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ୨୬୮ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨୨୦, ସୁନ୍ଦରଗଡ଼ ଜିଲ୍ଲାରେ ୧୭୮, କଟକରେ  ୧୦୫, ସମ୍ବଲପୁର ୧୦୧, ବରଗଡ଼ରେ ୮୧, କନ୍ଧମାଳ […]

covid1-fb

Niharika Rout
  • Published: Thursday, 06 August 2020
  • , Updated: 06 August 2020, 11:17 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୯ ଜିଲ୍ଲାରୁ ନୂଆ ୧୬୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୬୨୬ ହେଉଛି ଲୋକାଲ୍ କେସ୍‌।

ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ୨୬୮ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨୨୦, ସୁନ୍ଦରଗଡ଼ ଜିଲ୍ଲାରେ ୧୭୮, କଟକରେ  ୧୦୫, ସମ୍ବଲପୁର ୧୦୧, ବରଗଡ଼ରେ ୮୧, କନ୍ଧମାଳ ଜିଲ୍ଲାରେ ୭୪, ଭଦ୍ରକରେ ୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫, ୭୩୭ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ରାଜ୍ୟରେ ୧୪,୭୦୦ ଆକ୍ଟିଭ କେସ୍‌ ରହିଛି।

Related story