ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୯ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚି ଯାଇଛି।
Regret to inform the demise of Nine #COVID19 positive patients while under treatment in hospitals.
1. A 23-year old male of Cuttack who was also suffering from diabetes, Hypertension & nephropathy.
— H & FW Dept Odisha (@HFWOdisha) August 13, 2020
ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାର ୨ ଜଣ (ଉଭୟ ପୁରୁଷ, ବୟସ- ୨୩, ୭୨ ବର୍ଷ) ହୋଇଥିବା ବେଳେ ଗଞ୍ଜାମର ୩ ଜଣ (ସମସ୍ତେ ପୁରୁଷ, ବୟସ- ୭୩, ୮୨ ଓ ୩୬ ବର୍ଷ), ମୟୂରଭଞ୍ଜର ୨ (ପୁରୁଷ, ବୟସ-୫୮, ୬୦ ବର୍ଷ), କନ୍ଧମାଳର ଜଣେ (ପୁରୁଷ, ବୟସ-୬୧ ବର୍ଷ) ଓ ସୁନ୍ଦରଗଡ଼ର ଜଣେ (ପୁରୁଷ, ବୟସ-୮୧)।
6. A 61-year old male of Kandhamal district who was also suffering from Diabetes, Hypertension, Coronary Artery Disease, Old Cerebro Vascular Accident.
7. A 58-year old male of Mayurbhanj district who was also suffering from Chronic Kidney Disease.
— H & FW Dept Odisha (@HFWOdisha) August 13, 2020
ଆଉ ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୭ରେ ପହଞ୍ଚି ଯାଇଛି, ଯାହା ରାଜ୍ୟରେ ସର୍ବାଧିକ।
8. A 60-year old male of Mayurbhanj district.
9. An 81-year old male of Sundergarh district who was also suffering from Diabetes.
— H & FW Dept Odisha (@HFWOdisha) August 13, 2020
ଆଉ ଦୁଇ ଜଣଙ୍କ ମୃତ୍ୟୁ ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଯାଇଛି। ସେହିପରି ମୟୂରଭଞ୍ଜରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଥିବା ବେଳେ କନ୍ଧମାଳରେ ୬ ଓ ସୁନ୍ଦରଗଡ଼ରେ ୨୦କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩୬,୪୭୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫,୮୦୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୫୩ ଜଣ କରୋନା ରୋଗୀଙ୍କର ବି ମୃତ୍ୟୁ ଘଟିଛି। କିନ୍ତୁ ସେମାନଙ୍କ ମୃତ୍ୟୁ ଅନ୍ୟାନ୍ୟ କାରଣରୁ ହୋଇଛି ବୋଲି କୁହାଯାଇଛି।