ରାଜ୍ୟରେ ୮ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଯୋଗୁ ଆଉ ୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫୬ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମ ଓ ଖୋର୍ଦ୍ଧାରୁ ସର୍ବାଧିକ ୨ ଜଣ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି। ରାୟଗଡ଼ା, ବଲାଙ୍ଗିର, ବରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏଁ ମୃତ। ଗଞ୍ଜାମର ୪୫ ବର୍ଷୀୟ ପୁରୁଷ, ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ। […]

corona-2.2

Niharika Rout
  • Published: Friday, 28 August 2020
  • , Updated: 28 August 2020, 11:51 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଯୋଗୁ ଆଉ ୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫୬ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗଞ୍ଜାମ ଓ ଖୋର୍ଦ୍ଧାରୁ ସର୍ବାଧିକ ୨ ଜଣ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି। ରାୟଗଡ଼ା, ବଲାଙ୍ଗିର, ବରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏଁ ମୃତ।

ଗଞ୍ଜାମର ୪୫ ବର୍ଷୀୟ ପୁରୁଷ, ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ। ଖୋର୍ଦ୍ଧାର ୨ ମୃତକ ଭୁବନେଶ୍ୱରର ୬୫ ଓ ୫୬ ବର୍ଷୀୟ ପୁରୁଷ। ରାୟଗଡ଼ାରେ ୬୦ ବର୍ଷୀୟ , ବଲାଙ୍ଗିରର ୪୦, ଭଦ୍ରକର ୬୨ ବର୍ଷୀୟ ପୁରୁଷ ମୃତ । ସେମାନଙ୍କ ବ୍ୟତୀତ ବରଗଡ଼ରେ ଜଣେ ୬୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି।

Related story