ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ, ୫୨୨ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୮ ଜୀବନ ନେଲା କରୋନା। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୨ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନାରେ ୮ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଅଛନ୍ତି। ଏହାବ୍ୟତୀତୀ କଟକରୁ ୨ ଜଣ, ଖୋର୍ଦ୍ଧାରୁ ଜଣେ, କନ୍ଧମାଳରୁ ଜଣେ ଓ ବାଲେଶ୍ୱର ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ […]

virus-1

Niharika Rout
  • Published: Thursday, 03 September 2020
  • , Updated: 03 September 2020, 10:43 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୮ ଜୀବନ ନେଲା କରୋନା। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୨ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟରେ କରୋନାରେ ୮ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଅଛନ୍ତି। ଏହାବ୍ୟତୀତୀ କଟକରୁ ୨ ଜଣ, ଖୋର୍ଦ୍ଧାରୁ ଜଣେ, କନ୍ଧମାଳରୁ ଜଣେ ଓ ବାଲେଶ୍ୱର ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Related story