ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଖି ବୁଜିଲେ ଆଉ ୧୪ କରୋନା  ଆକ୍ରାନ୍ତ ।  ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୬୦୫ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୫ ଜଣ ଆଖି ବୁଜିଥିବା ବେଳେ ପୁରୀରୁ ୩, ମୟୂରଭଞ୍ଜରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତୀ କୋରାପୁଟ, କଳାହାଣ୍ଡି, କଟକ ଓ ସମ୍ବଲପୁରରୁ ଜଣେ […]

corona-5

Niharika Rout
  • Published: Friday, 11 September 2020
  • , Updated: 11 September 2020, 11:23 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଖି ବୁଜିଲେ ଆଉ ୧୪ କରୋନା  ଆକ୍ରାନ୍ତ ।  ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୬୦୫ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୫ ଜଣ ଆଖି ବୁଜିଥିବା ବେଳେ ପୁରୀରୁ ୩, ମୟୂରଭଞ୍ଜରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତୀ କୋରାପୁଟ, କଳାହାଣ୍ଡି, କଟକ ଓ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Related story