ରାଜ୍ୟରେ କରୋନାରେ ଆଉ ୧୬ ଆଖି ବୁଜିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୬ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୬୮ ରେ ପହଞ୍ଚି ଯାଇଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି କଳାହାଣ୍ଡିରୁ ୩, ଭୁବନେଶ୍ୱର ଓ ନୂଆପଡାରୁ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଝାରସୁଗୁଡା, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, ଭଦ୍ରକରୁ ଜଣେ ଲେଖାଏ […]

corona-3.6

Tapaswini Nayak
  • Published: Tuesday, 20 October 2020
  • , Updated: 20 October 2020, 11:34 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୬ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୬୮ ରେ ପହଞ୍ଚି ଯାଇଛି।

ଆଜି ମୟୂରଭଞ୍ଜରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି କଳାହାଣ୍ଡିରୁ ୩, ଭୁବନେଶ୍ୱର ଓ ନୂଆପଡାରୁ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଝାରସୁଗୁଡା, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, ଭଦ୍ରକରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।

 

Related story