ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୩୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ସବୁଠୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୯୨୭ ପହଞ୍ଚିଯାଇଛି। ଏହି ନୂଆ ୧୭୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୬୫୯ଟି ଲୋକାଲ୍ କେସ୍। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୨୨୨ ଜଣ ଚିହ୍ନଟ […]

corona-7

Jitendra Garnayak
  • Published: Sunday, 09 August 2020
  • , Updated: 09 August 2020, 11:28 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୯୨୭ ପହଞ୍ଚିଯାଇଛି।

ଏହି ନୂଆ ୧୭୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୬୫୯ଟି ଲୋକାଲ୍ କେସ୍। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୨୨୨ ଜଣ ଚିହ୍ନଟ ହୋଇଛନ୍ତି। କଟକରେ ୧୭୭ ଜଣ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୭୩ ଓ ଗଜପତିରେ ୮୫ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରେ ୪ ଜଣ, ବରଗଡ଼ରେ ୫୧, ଭଦ୍ରକରେ ୫୮, ବଲାଙ୍ଗିରରେ ୬, ଦେବଗଡ଼ରେ ୫, ଢେଙ୍କାନାଳରେ ୨୯, ଜଗତସିଂହପୁରରେ ୧୨, ଯାଜପୁରରେ ୩୮, ଝାରସୁଗୁଡ଼ାରେ ୬, କଳାହାଣ୍ଡିରେ ୨୪, କନ୍ଧମାଳରେ ୫୯, କେନ୍ଦ୍ରାପଡ଼ାରେ ୨, କେନ୍ଦୁଝରରେ ୨୭, କୋରାପୁଟରେ ୬୦, ମାଲକାନଗିରିରେ ୫୨, ମୟୁରଭଞ୍ଜରେ ୩୫, ନବରଙ୍ଗପୁରରେ ୧୩, ନୟାଗଡ଼ରେ ୧୦୬, ନୂଆପଡ଼ାରେ ୨୨, ପୁରୀରେ ୫୫, ରାୟଗଡ଼ାରେ ୧୮, ସମ୍ୱଲପୁରରେ ୧୪ ଓ ସୋନପୁରରେ ୧୩ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୪୫,୯୨୭ରେ ପହଞ୍ଚିଥିବା ବେଳେ ୩୦,୨୪୨ ଜଣ ସୁସ୍ଥ ହୋଇସାରିଛନ୍ତି। ୧୫,୩୬୪ ଜଣ ଚିକିତ୍ସାଧୀନ ଥିବା ବେଳେ ୨୭୨ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୪୯ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଛି। ତେବେ କରୋନା ନୁହେଁ, ଅନ୍ୟାନ୍ୟ କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Related story