ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୩୯୯୬ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୯୯୬  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୫୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୬୩୭ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା କମିବା ନାଁ ଧରୁ ନ ଥିବା ବେଳେ ଆଜି ବି ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ  କଟକରୁ ୩୫୪, ବାଲେଶ୍ୱରରୁ ୨୦୯, ମୟୂରଭଞ୍ଜରୁ ୧୬୦, […]

coorna-5

Niharika Rout
  • Published: Friday, 11 September 2020
  • , Updated: 11 September 2020, 11:00 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୯୯୬  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୫୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୬୩୭ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା କମିବା ନାଁ ଧରୁ ନ ଥିବା ବେଳେ ଆଜି ବି ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ  କଟକରୁ ୩୫୪, ବାଲେଶ୍ୱରରୁ ୨୦୯, ମୟୂରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧,  କେନ୍ଦ୍ରାପଡ଼ାରୁ ୧୩୦, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଭଦ୍ରକ ଜିଲ୍ଲାରୁ ୧୧୨ ଓ ନୂଆପଡ଼ାରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୪୩୧୧୭ ରେ ପହଞ୍ଚିଥିବା ବେଳେ ୩୪୪୫୮  ଆକ୍ଟିଭ କେସ୍‌ ରହିଛି। ୧୦୮୦୦୧  ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି।

Related story