କଲବଲ କଲା କୁହୁଡ଼ି: କିଏ ବାତିଲ ତ, ଆଉ କିଏ ବିଳମ୍ୱ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ଭାରତରେ କୁହୁଡ଼ି। ଓଡ଼ିଶାରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଗତ ୩ ଦିନ ଧରି ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ ଘନ କୁହୁଡ଼ି ଯୋଗୁଁ ପ୍ରଭାବିତ ହୋଇଛି ଜୀବନଯାତ୍ରା। ବିଶେଷକରି ରେଳ ଓ ବିମାନ ସେବା ଉପରେ ଗୁରୁତର ପ୍ରଭାବ ପଡିଛି। ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ ଆଜି ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ରାଜଧାନୀ ଏକ୍ସପ୍ରେସକୁ ବାତିଲ୍ କରାଯାଇଛି। ସକାଳେ ଯୁଆଡ଼େ ଦେଖିବେ କୁହୁଡ଼ିର […]

train

Rakesh Mallick
  • Published: Tuesday, 02 January 2018
  • , Updated: 02 January 2018, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ଭାରତରେ କୁହୁଡ଼ି। ଓଡ଼ିଶାରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଗତ ୩ ଦିନ ଧରି ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ ଘନ କୁହୁଡ଼ି ଯୋଗୁଁ ପ୍ରଭାବିତ ହୋଇଛି ଜୀବନଯାତ୍ରା। ବିଶେଷକରି ରେଳ ଓ ବିମାନ ସେବା ଉପରେ ଗୁରୁତର ପ୍ରଭାବ ପଡିଛି। ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ ଆଜି ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ରାଜଧାନୀ ଏକ୍ସପ୍ରେସକୁ ବାତିଲ୍ କରାଯାଇଛି।

ସକାଳେ ଯୁଆଡ଼େ ଦେଖିବେ କୁହୁଡ଼ିର ବହଳ ଆସ୍ତରଣ। ମୁହଁକୁ ମୁହଁ ଦିସୁନି। ଦିନରେ ଗାଡ଼ିର ଲାଇଟ୍ ଦେଇ ଯେତେ ସତର୍କରେ ଗଲେ ବି ପ୍ରତିମୁହୂର୍ତ୍ତରେ ଦୁର୍ଘଟଣାର ଭୟ ଦେଖାଦେଉଛି। ଏପରି ସ୍ଥିତି ନୂଆଦିଲ୍ଲୀରେ ଦେଖିବାକୁ ମିଳିଛି। ମାତ୍ର ଏହାର ପ୍ରଭାବ ଭୁବନେଶ୍ୱର ରେଲେଓ୍ୱ ଷ୍ଟେସନ୍‌ରେ ଦେଖିବାକୁ ମିଳିଛି। ଦିଲ୍ଲୀରୁ ପୁରୀ ଆସୁଥିବା ସବୁ ଟ୍ରେନ୍ ବିଳମ୍ବିତ ଚାଲୁଛି। ଗତକାଲି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବାକୁ ଥିବା ରାଜଧାନୀ ଏକ୍ସପ୍ରେସକୁ ବାତିଲ୍ କରାଯାଇଥିଲା। ଆଉ ଆଜି ମଧ୍ୟ ବାତିଲ୍ ହୋଇଯାଇଛି ଦିଲ୍ଲୀରୁ ଆସିବାକୁ ଥିବା ରାଜଧାନୀ ଏକ୍ସପ୍ରେସ୍। ସେହିପରି ଦିଲ୍ଲୀରୁ ଆସୁଥିବା ନୀଳାଚଳ ଏକ୍ସପ୍ରେସ୍ ୨୩ ଘଣ୍ଟା ଓ ପୁରୁଷୋତ୍ତମ ଏକ୍ସପ୍ରେସ ୧୫ ଘଣ୍ଟା ବିଳମ୍ବରେ ଚାଲୁଛି। ପୁରୀରୁ ଦିଲ୍ଲୀ ଯିବାକୁ ଥିବା ନୀଳାଚଳ ଏକ୍ସପ୍ରେସ୍ ମଧ୍ୟ ପାଖାପାଖି ୧୧ ଘଣ୍ଟା ବିଳମ୍ବରେ ଛାଡୁଛି ଫଳରେ ହଇରାଣ ହେଉଛନ୍ତି ଯାତ୍ରୀ।

ଉତ୍ତରଭାରତରେ କୁହୁଡ଼ି ପ୍ରକୋପ ପାଇଁ ସାରା ଦେଶରେ ଆଜି ୨୧ଟି ଟ୍ରେନ୍ ବାତିଲ୍ ହୋଇଛି। ସେହିପରି ୬୪ ଟ୍ରେନ୍ ବିଳମ୍ବିତ ଓ ୨୪ଟି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଛି। ସେହିପରି ୬ଟି ବିମାନର ଉଡ଼ାଣ ବାତିଲ ହୋଇଥିବା ବେଳେ ୨୦ଟି ବିମାନ ବିଳମ୍ବିତ ହୋଇଛି।

Related story