ଅନୁସୂଚିତ ଜାତି ଲୋକଙ୍କ ସାମ୍ୱିଧାନିକ ସୁରକ୍ଷା ନେଇ ବୈଠକ

ନୂଆଦିଲ୍ଲୀ: ଅନୁସୂଚିତ ଜାତି  ଲୋକଙ୍କ ସାମ୍ୱିଧାନିକ ସୁରକ୍ଷା ଓ ଏହାର କାର୍ଯ୍ୟକାରୀତା ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଜାତୀୟ ଅନୁସୂଚିତ ଜାତି କମିଶନ ପି.ଏଲ୍ ପୁନିଆଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଚାଲିଛି। ଏହି ବୈଠକରେ  ବିଭିନ୍ନ ରାଜ୍ୟର ଅଧିକାରୀମାନେ ଯୋଗ ଦେଇଛନ୍ତି। ଓଡ଼ିଶାରୁ ଗୃହ ସଚିବ ଅସିତ୍ ତ୍ରିପାଠୀ, ପୋଲିସ୍ ଡିଜିପି କେ.ବି ସିଂହ ଓ ଏସ୍‌ସି ଓ ଏସ୍‌ଟି ସଚିବ ଉପସ୍ଥିତ ଅଛନ୍ତି। ଆଜିର ଏହି ବୈଠକରେ କନ୍ଧମାଳ ଗୁଳିକାଣ୍ଡ ପ୍ରସଙ୍ଗ ଉପରେ ଆଲୋଚନା ହେବା ଆଶା […]

pl punia

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 12:06 PM IST

ନୂଆଦିଲ୍ଲୀ: ଅନୁସୂଚିତ ଜାତି  ଲୋକଙ୍କ ସାମ୍ୱିଧାନିକ ସୁରକ୍ଷା ଓ ଏହାର କାର୍ଯ୍ୟକାରୀତା ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଜାତୀୟ ଅନୁସୂଚିତ ଜାତି କମିଶନ ପି.ଏଲ୍ ପୁନିଆଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଚାଲିଛି। ଏହି ବୈଠକରେ  ବିଭିନ୍ନ ରାଜ୍ୟର ଅଧିକାରୀମାନେ ଯୋଗ ଦେଇଛନ୍ତି। ଓଡ଼ିଶାରୁ ଗୃହ ସଚିବ ଅସିତ୍ ତ୍ରିପାଠୀ, ପୋଲିସ୍ ଡିଜିପି କେ.ବି ସିଂହ ଓ ଏସ୍‌ସି ଓ ଏସ୍‌ଟି ସଚିବ ଉପସ୍ଥିତ ଅଛନ୍ତି।

ଆଜିର ଏହି ବୈଠକରେ କନ୍ଧମାଳ ଗୁଳିକାଣ୍ଡ ପ୍ରସଙ୍ଗ ଉପରେ ଆଲୋଚନା ହେବା ଆଶା କରାଯାଉଛି। ନିକଟରେ ପୁନିଆଁ କନ୍ଧମାଳ ଆସି ଏହି ଘଟଣାର ସରଜମିନ୍‌ ତଦନ୍ତ କରିବା ସହ  ଗୁଳିକାଣ୍ଡରେ ନିରୀହ ଆଦିବାସୀଙ୍କ ମୃତ୍ୟୁକୁ ନେଇ  ଉଦ୍‌ବେଗ ପ୍ରକାଶ କରିଥିଲେ।

Related story