ନୂଆ ବର୍ଷରୁ ନୂଆ ଅଭ୍ୟାସ କରିବାକୁ ଆହ୍ୱାନ ଦେଲା ବିଏମ୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ  ବର୍ଷରେ ସାଙ୍ଗସାଥୀଙ୍କୁ ଉପହାର ଦେବା ସମୟରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କମ୍ କରିବା ନିମନ୍ତେ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛି ବିଏମ୍‌ସି। ତେଣୁ ଏହି ନୂଆବର୍ଷରେ ନିଜ ପ୍ରିୟ ପରିଜନଙ୍କୁ ଗଛ, ବହି ଓ ସ୍ଥାନୀୟ ହସ୍ତକଳା ଓ ହସ୍ତଶିଳ୍ପ ଶିଳ୍ପର ସାମଗ୍ରୀ ଉପହାର ଦେବାକୁ  ଆହ୍ୱାନ ଦେଇଛି ବିଏମ୍‌ସି। ଏହା ଦ୍ୱାରା ଉପହାରକୁ ପ୍ଲାଷ୍ଟିକ ସାମଗ୍ରୀରେ ପ୍ୟାକ୍‌ କରିବାକୁ ପଡ଼ିବ ନାହିଁ । ଫଳରେ ପ୍ଲାଷ୍ଟିକ ଆବର୍ଜନା ହ୍ରାସ ପାଇବ ବୋଲି […]

tree

Niharika Rout
  • Published: Wednesday, 25 December 2019
  • , Updated: 25 December 2019, 09:21 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ  ବର୍ଷରେ ସାଙ୍ଗସାଥୀଙ୍କୁ ଉପହାର ଦେବା ସମୟରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କମ୍ କରିବା ନିମନ୍ତେ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛି ବିଏମ୍‌ସି। ତେଣୁ ଏହି ନୂଆବର୍ଷରେ ନିଜ ପ୍ରିୟ ପରିଜନଙ୍କୁ ଗଛ, ବହି ଓ ସ୍ଥାନୀୟ ହସ୍ତକଳା ଓ ହସ୍ତଶିଳ୍ପ ଶିଳ୍ପର ସାମଗ୍ରୀ ଉପହାର ଦେବାକୁ  ଆହ୍ୱାନ ଦେଇଛି ବିଏମ୍‌ସି। ଏହା ଦ୍ୱାରା ଉପହାରକୁ ପ୍ଲାଷ୍ଟିକ ସାମଗ୍ରୀରେ ପ୍ୟାକ୍‌ କରିବାକୁ ପଡ଼ିବ ନାହିଁ । ଫଳରେ ପ୍ଲାଷ୍ଟିକ ଆବର୍ଜନା ହ୍ରାସ ପାଇବ ବୋଲି କହିଛି ବିଏମ୍‌ସି।

ଆସନ୍ତା ନୂଆ ବର୍ଷରୁ ଏହି ନୂଆ ଅଭ୍ୟାସ କରି ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସଫା ସୁତୁରା ଓ ସବୁଜ ରଖିବା ଆମ ସମସ୍ତଙ୍କ ସାମଗ୍ରିକ ଦାୟିତ୍ୱ ବୋଲି ବିଏମ୍‌ସି କହିଛି ।  ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଭୂମିକା ବଳରେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ବିଏମ୍‌ସି କମିଶନର୍ ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି  ।

Related story