ବିବାହର ୫ ଦିନ ନପୂରୁଣୁ ବୋହୂ କହିଲା ଶ୍ୱଶୁର ଘରେ ରହିବିନି

ନୀଳଗିରି (ବିଶ୍ୱମ୍ବର ଦାସ): ବାହାଘରର ୪ ଦିନ ପରେ ଶ୍ୱଶୁର ଘର ଛାଡ଼ିବା ଜିଦ୍ ଧରିଲା ବୋହୂ। ଘରେ ଆଗରେ ଦେଲା ଧାରଣା। ପରିସ୍ଥିତି ଏପରି ହେଲା ଯେ, ପୁଅ ଘରେ ଅଟକ ରହିଲେ ଝିଅ ଘର ଲୋକ। ଏପରି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ମାଧପୁର ଅଞ୍ଚଳରେ। ଅଭିଯୋଗ ଅନୁସାରେ, ବିବାହର ୪ ଦିନ ପରେ ଝିଅ ଶ୍ୱଶୁର ଘରେ ରହିବାକୁ ମନା କଲେ । ଯଦି ବାପ ଘରକୁ ନଛଡା ଯାଏ […]

Bride

Madhupriya Mistry
  • Published: Tuesday, 09 March 2021
  • , Updated: 09 March 2021, 01:38 PM IST

ନୀଳଗିରି (ବିଶ୍ୱମ୍ବର ଦାସ): ବାହାଘରର ୪ ଦିନ ପରେ ଶ୍ୱଶୁର ଘର ଛାଡ଼ିବା ଜିଦ୍ ଧରିଲା ବୋହୂ। ଘରେ ଆଗରେ ଦେଲା ଧାରଣା। ପରିସ୍ଥିତି ଏପରି ହେଲା ଯେ, ପୁଅ ଘରେ ଅଟକ ରହିଲେ ଝିଅ ଘର ଲୋକ। ଏପରି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ମାଧପୁର ଅଞ୍ଚଳରେ।

ଅଭିଯୋଗ ଅନୁସାରେ, ବିବାହର ୪ ଦିନ ପରେ ଝିଅ ଶ୍ୱଶୁର ଘରେ ରହିବାକୁ ମନା କଲେ । ଯଦି ବାପ ଘରକୁ ନଛଡା ଯାଏ ତେବେ ଆତ୍ମହତ୍ୟା କରିବାକୁ ଝିଅ ଧମକ ଦେଲା। ଏହାପରେ ପୁଅ ଘର ଲୋକଙ୍କ ଅକଲ ଗୁଡ଼ମ ହୋଇଯାଇଥିଲା। ବୋହୂଙ୍କ ବାପା, ମାଆଙ୍କୁ ଫୋନ୍ କରି ଡାକିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବିବାଦର ସମାଧାନ ନହେବା ପରେ ଶେଷରେ ସମୁଦି ଓ ସମୁଦୁଣିଙ୍କୁ ଅଟକ ରଖିଛନ୍ତି ପୁଅଘର ଲୋକେ।

ବିବାହ ପୂର୍ବରୁ ଅନ୍ୟ ପୁଅ ସହ ଝିଅର ପ୍ରେମ ସମ୍ପର୍କ ଥିଲା। ଏବେ ଝିଅ ତା’ ପାଖକୁ ଚାଲିଯିବାକୁ କହି ଶ୍ୱଶୁରଘର ଛାଡିବାକୁ ଜିଦ ଧରିଥିବା ଅଭିଯୋଗ ଆଣିଛନ୍ତି ପୁଅ ଘର ଲୋକେ। ବିବାହରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ସେତିକି ଟଙ୍କା ଫେରାଇବା ପାଇଁ ଝିଅ ଘର ଲୋକଙ୍କ ଉପରେ ପୁଅ ଘର ଲୋକେ ଦାବି କରିଛନ୍ତି।

ସେପଟେ ଝିଅ କହିଛନ୍ତି, ତାଙ୍କୁ ଶ୍ୱଶୁର ଘର ଲୋକେ ପସନ୍ଦ ଆସୁନାହାନ୍ତି। ଶାଶୁ ଶ୍ୱଶୁର ବିବାହ ପରଠୁ ମୋ ସହ କଥା ହେଉନାହାନ୍ତି। ମୋତେ ଗାଳି ଗୁଲଜ କରୁଛନ୍ତି। ମୋତେ ଜୋରଜବରଦସ୍ତି ବିବାହ କରିଦିଆଯାଇଛି। ତେଣୁ ମୋତେ ପିଟି ପିଟି ମାରିଦେଲେ ବି ମୁଁ ଆଉ ଏଠି ରହିବି ନାହିଁ ବୋଲି ସେ ଜିଦ ଧରି ବସିଛନ୍ତି।

Related story