୧୦ ‍ବର୍ଷ ତଳ ପୁରୁଣା ମାଟି କାନ୍ଥରେ ଲାଗିଛି ବିଜୁ ପକ୍କାଘର ଓ ଇନ୍ଦିରା ଆବାସ ଫଳକ

କଲ୍ୟାଣସିଂହପୁର(ମାଉଡି ବାରିକ): ଦିନରେ ହାରିକିଣି ଦେଖାଉଛନ୍ତି ରାଜ୍ୟ ସରକାର! ଘର ତିଆରି ନକରି ପ୍ରାୟ ୧୦ ବର୍ଷ ତଳର ପୁରୁଣା ମାଟି କାନ୍ଥରେ ଲଗାଇଛନ୍ତି ଆବାସ ଯୋଜନାର ଫଳକ। ଏପରି ଫଳକ ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ହିତାଧିକାରୀଙ୍କ ଘର ସମ୍ମୁଖରେ ଲାଗିଛି। ଏପରି ଆବାସ ଯୋଜନାର କେଳେଙ୍କାରୀ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକରୁ। ଆଉ ଦିନ ଦି’ପହରରେ ନିୟମଗିରି ପାହାଡ଼ ଉପରେ ବାସ କରୁଥିବା ଡଙ୍ଗରିଆ କନ୍ଧଙ୍କୁ ଠକିଛନ୍ତି ରାଜ୍ୟ […]

Kalyansingpur

Manoranjan Sial
  • Published: Tuesday, 21 September 2021
  • , Updated: 21 September 2021, 08:41 PM IST

କଲ୍ୟାଣସିଂହପୁର(ମାଉଡି ବାରିକ): ଦିନରେ ହାରିକିଣି ଦେଖାଉଛନ୍ତି ରାଜ୍ୟ ସରକାର! ଘର ତିଆରି ନକରି ପ୍ରାୟ ୧୦ ବର୍ଷ ତଳର ପୁରୁଣା ମାଟି କାନ୍ଥରେ ଲଗାଇଛନ୍ତି ଆବାସ ଯୋଜନାର ଫଳକ। ଏପରି ଫଳକ ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ହିତାଧିକାରୀଙ୍କ ଘର ସମ୍ମୁଖରେ ଲାଗିଛି। ଏପରି ଆବାସ ଯୋଜନାର କେଳେଙ୍କାରୀ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକରୁ। ଆଉ ଦିନ ଦି’ପହରରେ ନିୟମଗିରି ପାହାଡ଼ ଉପରେ ବାସ କରୁଥିବା ଡଙ୍ଗରିଆ କନ୍ଧଙ୍କୁ ଠକିଛନ୍ତି ରାଜ୍ୟ ସରକାର। ଯେଉଁଥିପାଇଁ ଡଙ୍ଗରିଆମାନେ ସ୍ଥାନୀୟ ବିଡିଓଙ୍କୁ ଘେରିଛନ୍ତି।

ତେବେ ପୂରା ଘଟଣା ଉପରେ ଆସନ୍ତୁ ନଜର ପକାଇବା। ୨୦୧୩-୧୪ ମସିହାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପର ମନ୍ତ୍ରାଳୟର ପ୍ରିମିଟିଭ୍‌ ଟ୍ରାଇବାଲ୍‌ ଗ୍ରୁପ୍‌(PTG) ଓ ଫରେଷ୍ଟ ରାଇଟ୍‌ ଆକ୍ଟ(FRA) ଯୋଜନାରେ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ ପ୍ରାୟ ୨୫୦ରୁ ଅଧିକ ବାସଗୃହ ପ୍ରଦାନ କରାଯାଇଥିଲା। ସେତେବେଳେ ସେହି ଅଞ୍ଚଳକୁ ଯିବାକୁ ସଡ଼କ ପଥ ନଥିବାରୁ ପକ୍କା ଘର ନିର୍ମାଣ କରିବା କଷ୍ଟ କର ହେଉଥିଲା। ତେଣୁ ଘର ନିର୍ମାଣ ପାଇଁ ହିତାଧିକାରୀଙ୍କୁ ଟିଣ ଓ ଦୁଇଟି କିସ୍ତିରେ ଅର୍ଥ ପ୍ରଦାନ କରଯାଇଥିଲା। ଏହା ସତ୍ତ୍ୱେ କେତେକ ହିତାଧିକାରୀ ଗୃହ ନିର୍ମାଣ ସଂପୂର୍ଣ୍ଣ କରିପାରିନଥିବାରୁ ଫାଇନାଲ୍‌ ଅର୍ଥ ଫେରି ଯାଇଥିଲା।

୨୦୧୩-୧୪ ମସିହାରେ PTG ଓ FRA ଯୋଜନାରେ ନିର୍ମିତ ଘର କାନ୍ଥରେ ଏବେ ଲାଗିଛି ଚିକ୍କଣିଆ ଫଳକ। ସେଥିରେ ଲେଖା ଯାଇଛି ‘ଇନ୍ଦିରା ଆବାସ/ ବିଜୁ ପକ୍କା ଘର ଯୋଜନା’। ଯାହାକୁ ନେଇ ଘର ମାଲିକ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ୨୦୧୩-୧୪ ଆର୍ଥିକ ବର୍ଷରେ ‘ବିଜୁ ପକ୍କାଘର’ର ବୋଧହୁ ପରିକଳ୍ପନା କରାଯାଇନଥିଲା। କାରଣ ବିଜୁ ପକ୍କାଘର ୨୦୧୫ ପରେ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ‘ମୋ କୁଡ଼ିଆ’ ନାଁ ବଦଳାଇ ‘ବିଜୁ ପକ୍କାଘର’ କରାଯାଇଥିଲା। ଶାସନତନ୍ତ୍ରର ଏପରି ଘୋଟାଲା ପ୍ରତିବାଦରେ ଡଙ୍ଗରିଆମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆବସ ଯୋଜନାର କେଳେଙ୍କାରୀ ନେଇ କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧାକର ରଇତଙ୍କୁ ଘେରିଥିଲେ ଡଙ୍ଗରିଆ। ନୂଆ କରି ଆସିଥିବାରୁ ମାମଲାରେ ବେଶୀ ଦଖଲ ନଥିବା କହି ଫଳକ ଛପାରେ ତ୍ରୁଟି ବୋଲି ସଫେଇ ଦେଇଛନ୍ତି ବିଡିଓ।

Related story