ପ୍ରଣବ, ପ୍ରତାପ ଓ ସଞ୍ଜୟଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି। ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସଂପାଦକ ସଂଗଠନର ଦାୟିତ୍ୱ ମିଳିଛି। ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ ମୁଖ୍ୟାଳୟ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରତାପ କେଶରୀ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ମିଳିଛି। ପ୍ରଥମ ଥର ପାଇଁ ବିଜେଡିରେ ସଂଗଠନ ସଂପାଦକ  ପଦବୀ ସୃଷ୍ଟି ହେଲା। କେବଳ ଭାରତୀୟ ଜନତା ପାର୍ଟିରେ […]

BJD

Jyoshna Pradhan
  • Published: Friday, 15 November 2019
  • , Updated: 15 November 2019, 01:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି। ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସଂପାଦକ ସଂଗଠନର ଦାୟିତ୍ୱ ମିଳିଛି। ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ ମୁଖ୍ୟାଳୟ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରତାପ କେଶରୀ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ମିଳିଛି।

ପ୍ରଥମ ଥର ପାଇଁ ବିଜେଡିରେ ସଂଗଠନ ସଂପାଦକ  ପଦବୀ ସୃଷ୍ଟି ହେଲା। କେବଳ ଭାରତୀୟ ଜନତା ପାର୍ଟିରେ ପୂର୍ବରୁ ଏହି ପଦବୀ ରହିଛି। ସେମିତି ସାଧାରଣ ସଂପାଦକ ମୁଖ୍ୟାଳୟ ପଦବୀ ବି ବିଜେଡିରେ ପ୍ରଥମ ଥର ଆରମ୍ଭ ହୋଇଛି।

Related story