ବିଜେଡିରେ ସାଂଗଠନିକ ପରିବର୍ତ୍ତନ, କାହାକୁ ମିଳିଲା କେଉଁ ଦାୟିତ୍ୱ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରେ ସାଂଗଠନିକ ପରିବର୍ତ୍ତନ ହୋଇଛି। ଦେବାଶିଷ ସାମନ୍ତରାୟଙ୍କୁ ଦଳର ସାଧାରଣ ସଂପାଦକ ପଦରୁ ଅବ୍ୟାହତି ଦିଆଯାଇଛି। ତାଙ୍କୁ କଟକ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି। ସେହିଭଳି ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନ୍‌ଚାର୍ଜ ଭାବେ ବିମ୍ବାଧର କୁଅଁର ନିଯୁକ୍ତ ହୋଇଛନ୍ତି। ଚନ୍ଦ୍ରଶେଖର ସାହୁଙ୍କୁ ଦଳର ଉପସଭାପତି ଓ ବିକ୍ରମ ପଣ୍ଡାଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଛି। ଦଳ ମୁଖପାତ୍ର ଥିବା ସସ୍ମିତ ପାତ୍ରଙ୍କୁ ସଂଖ୍ୟାଲଘୁ […]

debashis

Tapaswini Nayak
  • Published: Wednesday, 16 January 2019
  • , Updated: 16 January 2019, 08:06 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରେ ସାଂଗଠନିକ ପରିବର୍ତ୍ତନ ହୋଇଛି। ଦେବାଶିଷ ସାମନ୍ତରାୟଙ୍କୁ ଦଳର ସାଧାରଣ ସଂପାଦକ ପଦରୁ ଅବ୍ୟାହତି ଦିଆଯାଇଛି। ତାଙ୍କୁ କଟକ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି।

ସେହିଭଳି ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନ୍‌ଚାର୍ଜ ଭାବେ ବିମ୍ବାଧର କୁଅଁର ନିଯୁକ୍ତ ହୋଇଛନ୍ତି। ଚନ୍ଦ୍ରଶେଖର ସାହୁଙ୍କୁ ଦଳର ଉପସଭାପତି ଓ ବିକ୍ରମ ପଣ୍ଡାଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଛି। ଦଳ ମୁଖପାତ୍ର ଥିବା ସସ୍ମିତ ପାତ୍ରଙ୍କୁ ସଂଖ୍ୟାଲଘୁ ବ୍ୟାପାର ସଂପାଦକ ଭାବେ ନିଯୁକ୍ତ କରାଯାଇଛି।

ସାଂଗଠନିକ ଅଦଳବଦଳ ବେଳେ କିଛି ନେତାଙ୍କୁ ସମ୍ପାଦକ ଓ ଜିଲ୍ଲା ସଭାପତି ଭାବେ ମଧ୍ୟ ଦାୟିତ୍ୱ ମିଳିଛି।

Related story