ଭେକ ଥିଲେ ଭିକ ମିଳେ: ଓଡ଼ିଆ ରୁଢ଼ିର ଅର୍ଥ ବଦଳାଇ ଦେଲେ ଗୁଜରାଟୀ ଝିଅ, କେମିତି ପଢନ୍ତୁ

ପୁରୀ: ଆପଣ କୁଆଡେ ଯାଇଥିବା ବେଳେ ବସ୍‌ଷ୍ଟପ୍‌ ହେଉ କି ଟ୍ରେନ୍‌ରେ ଭିକାରୀଙ୍କ ହାବୁଡରେ ନିଶ୍ଚିତ ପଡିଥିବେ। ଫଟା ମଇଳା କପଡାକୁ ଅପରିଷ୍କାର ଚେହେରା ଦେଖି ଆପଣ ଯେତେ ଦୂରେଇଲେ ବି ଭିକ୍ଷା ନ ପାଇବା ପର୍ଯ୍ୟନ୍ତ ସେମାନେ ଆପଣଙ୍କ ପିଛା ଛାଡୁ ନ ଥିବେ। ହେଲେ ଆଧୁନିକ ଡ୍ରେସ୍‌ରେ ଭିକ୍ଷାବୃତ୍ତି କରୁଥିବା ମହିଳା ଓ ଯୁବତୀଙ୍କୁ କେବେ ଦେଖିଛନ୍ତି। ଖାସ୍‌ କରି ଜିନ୍ସ ପିନ୍ଧା ଭିକାରୁଣୀ। ପୁରୀ ପୋଲିସ ଏପରି ଏକ ଭିକାରୁଣୀ ଗ୍ୟାଙ୍ଗକୁ ଧରିଛି। […]

puri

Rakesh Mallick
  • Published: Wednesday, 03 May 2017
  • , Updated: 03 May 2017, 09:23 PM IST

ପୁରୀ: ଆପଣ କୁଆଡେ ଯାଇଥିବା ବେଳେ ବସ୍‌ଷ୍ଟପ୍‌ ହେଉ କି ଟ୍ରେନ୍‌ରେ ଭିକାରୀଙ୍କ ହାବୁଡରେ ନିଶ୍ଚିତ ପଡିଥିବେ। ଫଟା ମଇଳା କପଡାକୁ ଅପରିଷ୍କାର ଚେହେରା ଦେଖି ଆପଣ ଯେତେ ଦୂରେଇଲେ ବି ଭିକ୍ଷା ନ ପାଇବା ପର୍ଯ୍ୟନ୍ତ ସେମାନେ ଆପଣଙ୍କ ପିଛା ଛାଡୁ ନ ଥିବେ। ହେଲେ ଆଧୁନିକ ଡ୍ରେସ୍‌ରେ ଭିକ୍ଷାବୃତ୍ତି କରୁଥିବା ମହିଳା ଓ ଯୁବତୀଙ୍କୁ କେବେ ଦେଖିଛନ୍ତି। ଖାସ୍‌ କରି ଜିନ୍ସ ପିନ୍ଧା ଭିକାରୁଣୀ। ପୁରୀ ପୋଲିସ ଏପରି ଏକ ଭିକାରୁଣୀ ଗ୍ୟାଙ୍ଗକୁ ଧରିଛି। ପ୍ରାୟ ୨୩ ଜଣ ମହିଳା ଓ ଯୁବତୀ। ଏମାନଙ୍କ ମଧ୍ୟରେ କିଛି ଛୋଟ ପିଲା ମଧ୍ୟ ଅଛନ୍ତି। ଏହି ଆଧୁନିକ ଜିନ୍ସ ପିନ୍ଧା ଭିକାରୁଣୀଙ୍କ ଘର ଅହମ୍ମଦାବାଦର ଓଢାବ ଅଞ୍ଚଳର ବୋଲି ଜଣାପଡିଛି।

ଏହି ଦଳ ପୁରୀ ସହରର ସିବିଚ୍‌ ଥାନା, ତାଳବଣିଆ ଥାନା ଓ ଚନ୍ଦନପୁର ଥାନା ଅଞ୍ଚଳରେ ଅଭିନବ ଢଙ୍ଗରେ ଭିକ୍ଷାବୃତ୍ତି କରୁଥିଲେ। ମହିଳାମାନେ ଭଲ ପୋଷାକ ପିନ୍ଧି ସବୁ ଜିନିଷ ହଜି ଯାଇଥିବା କହି ଘରକୁ ଫେରିବାକୁ ଭିକ୍ଷ ମାଗୁଥିଲେ। ଆଉ କିଛି ମହିଳା ଛୋଟ ପିଲାଙ୍କୁ ସାଙ୍ଗରେ ଧରି ସେମାନଙ୍କ ଖାଇବା ପାଇଁ ଭିକ୍ଷ ମାଗୁଥିଲେ।

ଏନେଇ ସୂଚନା ପାଇବା ପରେ ପୋଲିସ ସମସ୍ତଙ୍କୁ ଧରି ଥାନାକୁ ଆଣିଛି। ପ୍ରାଥମିକ ତଦନ୍ତରୁ ଏମାନେ ଚକ୍ରତୀର୍ଥ ରୋଡ଼ର ଏକ ହୋଟେଲରେ ରହୁଥିବା ଜଣାପଡିଛି। ପଚରାଉଚରା ପରେ ଟ୍ରେନ୍‌ରେ ସେମାନଙ୍କ ନିଜ ଘରକୁ ପଠାଯିବ ବୋଲି ପୋଲିସ୍‌ କହିଛି।

Related story