ରାସ୍ତା ଉପରେ ମନଇଚ୍ଛା ଗାଡ଼ି ରଖିଲେ ଗଣିବେ ତଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତା ଉପରେ ଆଉ ମନଇଚ୍ଛା ଗାଡ଼ି ରଖି ହେବନି। ଗାଡ଼ି ରଖିଲେ ତଣ୍ଡ ଗଣିବେ ଚାଳକ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଖୁବ୍‌ଶୀଘ୍ର ଆଣିବାକୁ ଯାଉଛି ସ୍ମାର୍ଟ ପାର୍କିଂ ପଲିସି। ୩ ମାସ ମଧ୍ୟରେ ଆସିବ ଏହି ନୂଆ ନୀତି। ତେବେ ଏ ପର୍ଯ୍ୟନ୍ତ ପଲିସିର ରୂପରେଖ ପ୍ରସ୍ତୁତ ହୋଇନାହିଁ। ବିଏମ୍‌ସି, ବିଡିଏ ଓ କମିଶନରେଟ୍ ପୁଲିସ ମିଳିତ ଭାବରେ ଏହି ନୀତି ପ୍ରସ୍ତୁତ କରିବେ। ରାସ୍ତା ଉପରୁ ଗାଡ଼ି ସଂଖ୍ୟା କମାଇବା […]

Free-parking-applicable-to-theatres-&-hospitals

Manoranjan Sial
  • Published: Thursday, 06 February 2020
  • , Updated: 06 February 2020, 08:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତା ଉପରେ ଆଉ ମନଇଚ୍ଛା ଗାଡ଼ି ରଖି ହେବନି। ଗାଡ଼ି ରଖିଲେ ତଣ୍ଡ ଗଣିବେ ଚାଳକ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଖୁବ୍‌ଶୀଘ୍ର ଆଣିବାକୁ ଯାଉଛି ସ୍ମାର୍ଟ ପାର୍କିଂ ପଲିସି। ୩ ମାସ ମଧ୍ୟରେ ଆସିବ ଏହି ନୂଆ ନୀତି। ତେବେ ଏ ପର୍ଯ୍ୟନ୍ତ ପଲିସିର ରୂପରେଖ ପ୍ରସ୍ତୁତ ହୋଇନାହିଁ। ବିଏମ୍‌ସି, ବିଡିଏ ଓ କମିଶନରେଟ୍ ପୁଲିସ ମିଳିତ ଭାବରେ ଏହି ନୀତି ପ୍ରସ୍ତୁତ କରିବେ। ରାସ୍ତା ଉପରୁ ଗାଡ଼ି ସଂଖ୍ୟା କମାଇବା ଏହି ନୀତିର ମୂଳ ଉଦ୍ଦେଶ୍ୟ ହେବ।

ଲୋ କାର୍ବନ ମୋବିଲିଟି ସାଙ୍ଗକୁ ପବ୍ଲିକ ଟ୍ରାନ୍ସପୋର୍ଟ, ନନ୍‌ ମୋଟରାଇଜଡ୍‌ କ୍ଲିନ୍‌ ଫୁଏଲ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ବର୍ତ୍ତମାନ ବଢୁଥିବା ଟ୍ରାଫିକ ସମସ୍ୟା ମୁକାବିଲା ପାଇଁ ଏହା ଲାଭଦାୟକ ହେବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ।

ରାଜଧାନୀରେ ବାର୍ଷିକ ମୋଟ୍‌ ଯାନର ୧୦.୪ ପ୍ରତିଶତ ନୂଆ ଗାଡ଼ି ରେଜିଷ୍ଟ୍ରେସନ ହେଉଛି। ଯାହାକି ସଂଖ୍ୟାରେ ପ୍ରାୟ ୧ ଲକ୍ଷ ସହର ମଧ୍ୟରେ ଗାଡ଼ି ବଢୁଥିବା ବେଳେ ଆବଶ୍ୟକ ମୁତାବକ ରାସ୍ତାନାହିଁ। ଏହି କାରଣରୁ ପାର୍କିଂ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏଥିଲାଗି କିଛି ସ୍ଥାନକୁ ନେଇ ପରାମର୍ଶଦାତାଙ୍କ ସହଯୋଗରେ ଏରିଆ ଟ୍ରାଫିକ ମ୍ୟାନେଜମେଣ୍ଟ ପ୍ଲାନ ପ୍ରସ୍ତୁତ କରାଯିବ। ପ୍ରତି ଅଂଚଳରେ ଥିବା ସମସ୍ୟା ସମାଧାନ ପାଇଁ ଅଲଗା ଅଲଗା ନୀତି ପ୍ରସ୍ତୁତ ହେବ। ଅତ୍ୟଧିକ ଭିଡ଼ ଅଞ୍ଚଳରେ ସମାନ୍ତରାଳ ଭାବେ ରାସ୍ତା ନିର୍ମାଣ କରାଯିବା ନେଇ ଯୋଜନା ରହିଛି। ତେବେ ଅତ୍ୟଧିକ ଭିଡ଼ ଅଞ୍ଚଳରେ ପାର୍କିଂ ସମସ୍ୟା ଦୂର କରିବାକୁ ହେଲେ ଅଧିକ ପାର୍କିଂ ଫିସ୍ ଆଦାୟ ପାଇଁ ମତପ୍ରକାଶ କରିଛନ୍ତି ବିଶେଷଜ୍ଞ।

Related story