“ନ ଦେବୁ ଯଦି, ଭାଇରାଲ କରିଦେବି”

ଭୁବନେଶ୍ୱର(ଓଡିଶା ରିପୋର୍ଟର): ୫ ଲକ୍ଷ ନେଲେ, ପୁଣି ମାଗୁଥିଲେ। କାରଣ ପାଖରେ ଥିଲା ଜଣେ ବୟସ୍କ ବ୍ୟକ୍ତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ଭାଇରାଲ କରିବାକୁ ଧମକ ଦେଇ ସମ୍ପୃକ୍ତ ଘରୋଇ ଅନୁଷ୍ଠାନର ମୁଖ୍ୟଙ୍କୁ ଏମିତି କରାଯାଉଥିଲା ବ୍ଲାକମେଲିଂ। ଘଟଣା ଅସହ୍ୟ ହେବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଏ ସମ୍ପର୍କରେ କମିଶନରେଟ୍‌ ପୋଲିସକୁ ଜଣାଇଥିଲେ। ଶେଷର ଧରା ପଡିଛନ୍ତି ୪ ଅଭିଯୁକ୍ତ। ଏମିତି ଥିଲା ସେଦିନ: ଚାକିରି କରିବା ବାହାନାରେ ନିମାପଡ଼ାରୁ ଆସିଥିଲେ ମିନତୀ(ଛଦ୍ମନାମ)। ସେ ଏକୁଟିଆ […]

chaki

Rakesh Mallick
  • Published: Saturday, 14 April 2018
  • , Updated: 14 April 2018, 08:30 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ୫ ଲକ୍ଷ ନେଲେ, ପୁଣି ମାଗୁଥିଲେ। କାରଣ ପାଖରେ ଥିଲା ଜଣେ ବୟସ୍କ ବ୍ୟକ୍ତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ଭାଇରାଲ କରିବାକୁ ଧମକ ଦେଇ ସମ୍ପୃକ୍ତ ଘରୋଇ ଅନୁଷ୍ଠାନର ମୁଖ୍ୟଙ୍କୁ ଏମିତି କରାଯାଉଥିଲା ବ୍ଲାକମେଲିଂ। ଘଟଣା ଅସହ୍ୟ ହେବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଏ ସମ୍ପର୍କରେ କମିଶନରେଟ୍‌ ପୋଲିସକୁ ଜଣାଇଥିଲେ। ଶେଷର ଧରା ପଡିଛନ୍ତି ୪ ଅଭିଯୁକ୍ତ।

ଏମିତି ଥିଲା ସେଦିନ: ଚାକିରି କରିବା ବାହାନାରେ ନିମାପଡ଼ାରୁ ଆସିଥିଲେ ମିନତୀ(ଛଦ୍ମନାମ)। ସେ ଏକୁଟିଆ ନୁହେଁ ପୁରା ଯୋଜନା ବଦ୍ଧ ଭାବେ ଏକ ଘରୋଇ ସଂସ୍ଥାରେ ଚାକିରି କରିବାକୁ ଆସି ସଂସ୍ଥା ମୁଖ୍ୟଙ୍କୁ ଭେଟିବାକୁ ଭିତରକୁ ଗଲେ। ଧୀରେଧୀରେ ନିଜ ଅଙ୍ଗଭଙ୍ଗୀ ଦେଖାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆକର୍ଷିତ କରିବାକୁ ଲାଗିଲେ। ସୁନ୍ଦରୀ ଝିଅ,  ସୁନ୍‌ସାନ୍‌ ରୁମ୍‌ ଭିତରେ କେହି ନ ଥିବା ଦେଖି ସଂସ୍ଥାର ମୁଖ୍ୟ ମଧ୍ୟ ଦୁର୍ବଳ ହୋଇପଡିଲେ ଝିଅଟି ଉପରେ। ଦୁହେଁ ଦୁହିଁଙ୍କୁ କୁଣ୍ଡାଇ ଧରିଲେ, ସମ୍ୱେଦନଶୀଳ ଅଙ୍ଗକୁ ଛୁଇବାକୁ ଲାଗିଲେ। ଆଉ ସୁଯୋଗ ଦେଖି ଚୁମ୍ବନ ମଧ୍ୟ କରିଥିଲେ। ହେଲେ ବାବୁ ଜଣକ ଜାଣି ନ ଥିଲେ ଯୁବତୀ ଜଣକ ଚାକିରି ଆଶାରେ ଆସିଥିବା ସାଧାରଣ ଝିଅଟିଏ ନୁହେଁ ବୋଲି। ଆଉ ଭିତରେ ଯାହା କିଛି ହରକତ୍‌ ହେଉଥିଲା ସେ ସବୁ କ୍ୟାମେରାର ଫଟୋ ଉଠାଇ ନେଇଥିଲେ ଯୁବତୀଙ୍କ ବନ୍ଧୁମାନେ।

ଇଣ୍ଟରଭ୍ୟୁ ପରେ ଆରମ୍ଭ ହେଲା ଅସଲ ଖେଳ। ‍ଫଟୋ ସବୁ ପହଞ୍ଚିଲା ସଂସ୍ଥା ମୁଖ୍ୟଙ୍କ ମୋବାଇଲକୁ । ଧମକ୍‌ ଗଲା, “ଟଙ୍କା ଦିଅ ନ ହେଲେ ଏ ଫଟୋ ଭାଇରାଲ ହେବ”। ଏକଥା ଶୁଣି ସାର୍‌ଙ୍କ ଅକଲ ଗୁଡୁମ୍‌। ଫଟୋ ଭାଇରାଲ ହେଲେ ନାଁ ଗାଁ ପଡିବ। ଏହି କଥାକୁ ଆଖି ଆଗରେ ରଖି ଦୁର୍ବୃତ୍ତଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି କଥା ଛିଡିଲା। ପ୍ରଥମ ଦଫାରେ ଏ ଟଙ୍କା ନେଇଗଲେ ଦୁର୍ବୃତ୍ତ। ହେଲେ ପରେ ଦାବି କଲେ ଆହୁରି ଅଧିକ ଟଙ୍କା ପାଇଁ । ଫଳରେ ଅନ୍ୟ କିଛି ଉପାୟ ନ ପାଇ ପୋଲିସର ଦ୍ୱାରସ୍ଥ ହେଲେ ସମ୍ପୃକ୍ତ ସଂସ୍ଥାର ଏମ୍‌ଡି। କମିଶନରେଟ୍‌ ପୋଲିସ ଘଟଣା ସତ୍ୟାସତ୍ୟ ଯାଞ୍ଚ କରି ଶନିବାର ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ହେଲେ ଯୁବତୀ ଧରାପଡି ନାହାନ୍ତି। ଶନିବାର ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related story