ବାରିପଦା(ମାଣିକ ଳାଲ ପାଣି): ଦେଶୀ ମଦରେ ମିଶୁଛି ବିଦେଶୀ ତଡ଼କା । ଯୁବ ପିଢ଼ିଙ୍କୁ ଆକୃଷ୍ଟ କରିବାକୁ ଏପରି ଚାଲ ଖେଳୁଛନ୍ତି ମଦ ମାଫିଆ । ଦେଶୀ ମଦ ପ୍ରସ୍ତୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଦାମୀ ଫଳ । ମହୁଲ ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଆଦି ଦାମୀ ଫଳ ସମେତ କାଜୁ, କିସମିସ୍ ଆଦି ମିଶାଇ ମାଫିଆ ପ୍ରସ୍ତୁତ କରୁଛନ୍ତି ମଦ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଞ୍ଚନ ନଗରରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏପରି ଚକିତ କରିବା ପରି ଘଟଣା ସାମ୍ନାକୁ ଆସିଛି ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଞ୍ଚନ ନଗରରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏହି ଘଟଣା ସାମ୍ନାକୁ ଆସିଛି । ମହୁଲ ପୋଚରେ ଏପରି ଦାମୀ ଫଳ ମିଶି ପ୍ରସ୍ତୁତ ହେଉଥିବା ମଦକୁ ସ୍ପେଶାଲ ବ୍ରାଣ୍ଡ କହି ମୟୂରଭଞ୍ଜରୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ପଠାଯାଉଥିବା ଚଢାଉ ବେଳ ସୂଚନା ମିଳିଛି ।
ଚଢାଉ ବେଳେ ୩୫ କ୍ୱିଣ୍ଟାଲ ପୋଚ, ୧୨୦ ଲିଟର ଦେଶୀ ମଦ ସହ ବ୍ୟାପକ ମଦ ରନ୍ଧା ସରଞ୍ଜାମ ଜବତ ହୋଇଛି । ପୂର୍ବରୁ ମହୁଲ ଫୁଲକୁ ପଚାଇ ଦେଶୀ ମଦ ପ୍ରସ୍ତୁତ କରାଯାଉଥିଲା । ହେଲେ ଏବେ ମାଫିଆଙ୍କ ନୂଆ ଫଣ୍ଡା ଦେଖି ଚକିତ ହୋଇଯାଇଛନ୍ତି ଚଢାଉ ପାଇଁ ଯାଇଥିବା ଅବକାରୀ ବିଭାଗ କର୍ମଚାରୀ।
ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ମାଫିଆଅମାନେ ଏହି ନୂଆ କୌଶଳ ଆପଣାଇଥିବା ଜଣାପଡ଼ିଛି । ମଦକୁ ସ୍ପେଶାଲ ବ୍ରାଣ୍ଡ କହି ମୟୁରଭଞ୍ଜରୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ପଠା ଯାଇ ଚଢ଼ା ଦରରେ ବିକ୍ରି କରାଯାଉଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଯୁବ ସମାଜକୁ ଆକୃଷ୍ଟ କରିବାକୁ ମଦ ମାଫିଆ ଏପରି ଚାଲ କରୁଥିବା ମୟୂରଭଞ୍ଜ ଅବକାରୀ ବିଭାଗ ଅଧୀକ୍ଷକ ଅଶୋକ କୁମାର ସେଠ କହିଛନ୍ତି।