ଭୁବନେଶ୍ୱର :ଅଭିନେତ୍ରୀଙ୍କ ପ୍ରେମ, ପ୍ରତାରଣା ଘଟଣାର ନୂଆ ମୋଡ଼ । ଶେଷରେ ଲାପଟପ୍ ଫେରାଇବା ପାଇଁ ଓଲିଉଡ ଅଭିନେତ୍ରୀ ଯୁବକଙ୍କୁ ଭୁବନେଶ୍ୱର ଡାକିଛନ୍ତି।
ଏହି ଘଟଣାର କମ୍ପ୍ରମାଇଜ କରିବାକୁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କରି ଯୁବକଙ୍କୁ ଡାକିଛନ୍ତି। ଆଉ ଦେଇଥିବା ଜିନିଷ ନେଇଯିବାକୁ ମଧ୍ୟ କହିଛନ୍ତି । ଗତକାଲି କିଛି ନେଇନଥିଲେ ବୋଲି କହୁଥିବା ଅଭିନେତ୍ରୀ ଆଜି ଯୁବକଙ୍କୁ ଡାକିବା ଚର୍ଚ୍ଚାର ବିଷୟ ହୋଇଛି।
ଉଲ୍ଲେଖନୀୟ ଯେ,ପଦ୍ମ ରାଜୁ ରବିକୁମାର ନାମକ ଯୁବକ ଓଲିଉଡ ଅଭିନେତ୍ରୀଙ୍କ ବିରୁଦ୍ଧରେ ପ୍ରେମ, ପ୍ରତାରଣା ଓ ଲୁଟ୍ କରିଥିବାର ଅଭିଯୋଗ ଆଣିଥିଲେ। ପ୍ରେମ ଓ ବିବାହ ପର୍ଯ୍ୟନ୍ତ କଥା ଯାଇଥିବା ରବି କୁମାର ଅଭିଯୋଗ କରିଥିଲେ । ଓଲିଉଡ ଅଭିନେତ୍ରୀ ଜଣଙ୍କ ପ୍ରତାରଣା ଦେବାପରେ ଯୁବକ ଜଣଙ୍କ ଏନେଇ ଡିଜିପି ଏବଂ ଡିସିପିଙ୍କୁ ମେଲ ଯୋଗେ ଜଣାଇଥିଲେ। ଗତକାଲି ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଆଲୋଚନା ଜୋର ଧରିଥିଲା ।