ଭକ୍ତନିବାସ ବୁକିଂ ପାଇଁ ନୂଆ ୱେବସାଇଟ୍‌ ଲୋକାର୍ପିତ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତନିବାସ ଗୁଡିକର ବୁକିଂ ପାଇଁ ଏକ ନୂଆ ୱେବ୍‌ ଆପ୍ଲିକେସନ ଲୋକାର୍ପିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ କରିଛନ୍ତି। ନୂଆ ଆପ୍ଲିକେସନର ଆଡ୍ରେସ୍‌ ହେଲା- https://stayatpurijagannatha.in। ଏହି ଆପ୍ଲିକେସନ ଜରିଆରେ ନୀଳାଦ୍ରୀ ଭକ୍ତ ନିବାସ, ଶ୍ରୀଗୁଣ୍ଡିଚା ଓ ନୀଳାଚଳ ଭକ୍ତ ନିବାସ ପାଇଁ ଅନଲାଇନ୍‌ ରୁମ୍‌ ବୁକିଂ […]

Jagannath

Manoranjan Sial
  • Published: Thursday, 09 December 2021
  • , Updated: 09 December 2021, 06:24 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତନିବାସ ଗୁଡିକର ବୁକିଂ ପାଇଁ ଏକ ନୂଆ ୱେବ୍‌ ଆପ୍ଲିକେସନ ଲୋକାର୍ପିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ କରିଛନ୍ତି। ନୂଆ ଆପ୍ଲିକେସନର ଆଡ୍ରେସ୍‌ ହେଲା- https://stayatpurijagannatha.in।

ଏହି ଆପ୍ଲିକେସନ ଜରିଆରେ ନୀଳାଦ୍ରୀ ଭକ୍ତ ନିବାସ, ଶ୍ରୀଗୁଣ୍ଡିଚା ଓ ନୀଳାଚଳ ଭକ୍ତ ନିବାସ ପାଇଁ ଅନଲାଇନ୍‌ ରୁମ୍‌ ବୁକିଂ କରିହେବ। ଲୋକାର୍ପଣ କାର୍ଯ୍ୟକ୍ରମରେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଓ ପରିଚାଳନା କମିଟିର ସେବକ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Related story