ନୂଆବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼

ପୁରୀ(ଓଡ଼ିଶା ରିପୋର୍ଟର): ନୂଆବର୍ଷର ନୂଆ ସକାଳ। ସେଥିପାଇଁ ପୁରୀ ଓ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଲାଗି ରହିଛି ନାହିଁ ନଥିବା ଭିଡ଼। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବର୍ଷର ପ୍ରଥମ ଦିନ ଆରମ୍ଭ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଭିଡ଼କୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରାତି ୧୧ରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ […]

puri temple

Rakesh Mallick
  • Published: Monday, 01 January 2018
  • , Updated: 01 January 2018, 08:14 AM IST

ପୁରୀ(ଓଡ଼ିଶା ରିପୋର୍ଟର): ନୂଆବର୍ଷର ନୂଆ ସକାଳ। ସେଥିପାଇଁ ପୁରୀ ଓ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଲାଗି ରହିଛି ନାହିଁ ନଥିବା ଭିଡ଼। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବର୍ଷର ପ୍ରଥମ ଦିନ ଆରମ୍ଭ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଭିଡ଼କୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରାତି ୧୧ରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ମେଘୁଆ ପାଗ ଯୋଗୁଁ କୋଣାର୍କରେ ସୂର୍ଯ୍ୟମନ୍ଦିର ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ପର୍ଯ୍ୟଟକ।

ନବବର୍ଷ ଉପଲକ୍ଷେ ଆଜି ରାତି ୧.୧୫ ମିନିଟ୍‌ରେ ମହାପ୍ରଭୁଙ୍କ ଦ୍ୱାର ଫିଟା କରାଯାଇଥିଲା। ୧.୪୫ ମିନିଟ୍‌ରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି କରାଯାଇଥିଲା। ୫.୨୦ ମିନିଟ୍‌ରେ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଥିଲା। ପରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ରାତି ୯ଟା ସୁଦ୍ଧା ଅବଢ଼ା ବାହାରିବାର ସମ୍ଭାବନା ରହିଛି।

Related story