କାଗଜ ପେଟିରେ ଅଛି ଶିଶୁପୁତ୍ରର ମୃତଦେହ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କାଗଜ ପେଟିରେ ଶିଶୁପୁତ୍ରର ମୃତଦେହ। ବଲାଙ୍ଗିର ଜିଲ୍ଲାରେ ଏପରି ଚିତ୍ର ଦେଖିବାକୁ ମିଳିଛି। ତେବେ କିଏ ଓ କାହିଁକି ଏମିତି ଅବସ୍ଥାରେ ମୃତଦେହ ଫିଙ୍ଗିଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଇଁନ୍ତଲା ଥାନା ଆଠଗାଁ-ଉପରଝର ରାସ୍ତାର ଉପରଝର ଘାଟି ନିକଟରେ ଗୋଟିଏ କାଗଜ କାର୍ଟୁନ ପଡ଼ିଥିଲା। ଆଉ ସେହି ପେଟି ଭିତରେ ନବଜାତ ଶିଶୁପୁତ୍ରର ମୃତଦେହ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ […]

child

Manoranjan Sial
  • Published: Saturday, 20 November 2021
  • , Updated: 20 November 2021, 05:25 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କାଗଜ ପେଟିରେ ଶିଶୁପୁତ୍ରର ମୃତଦେହ। ବଲାଙ୍ଗିର ଜିଲ୍ଲାରେ ଏପରି ଚିତ୍ର ଦେଖିବାକୁ ମିଳିଛି। ତେବେ କିଏ ଓ କାହିଁକି ଏମିତି ଅବସ୍ଥାରେ ମୃତଦେହ ଫିଙ୍ଗିଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ପୁଇଁନ୍ତଲା ଥାନା ଆଠଗାଁ-ଉପରଝର ରାସ୍ତାର ଉପରଝର ଘାଟି ନିକଟରେ ଗୋଟିଏ କାଗଜ କାର୍ଟୁନ ପଡ଼ିଥିଲା। ଆଉ ସେହି ପେଟି ଭିତରେ ନବଜାତ ଶିଶୁପୁତ୍ରର ମୃତଦେହ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରର ମୃତଦେହ ଜବତ କରିଛି। ତେବେ ମୃତଦେହ କିଏ ଓ କାହିଁକି ଫିଙ୍ଗିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ବର୍ତ୍ତମାନ ସୁଦ୍ଧା ମୃତଦେହ ପରିଚୟ ଜଣାପଡ଼ି ନାହିଁ।

ମିଳିଥିବା ସୂଚନା ମୁତାବକ, ଜନ୍ମ ପରେ ଶିଶୁପୁତ୍ରଟି ମରି ଯାଇଥିବାରୁ ପରିବାର ଲୋକେ ପେଟିରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

Related story