ଭୁବନେଶ୍ୱରରେ ହଜାରେ ତଳକୁ ଖସିଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ କରୋନା ଆକ୍ରାନ୍ତ ୧୦୦୦ ତଳକୁ ଖସିଲା। ଆଜି ୯୮୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୬ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୨୨ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୭୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ଆଜି ଆକ୍ରାନ୍ତ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗୌତମ ନଗର, ଜଟଣୀ, ନନ୍ଦନ ବିହାର, ନାଗେଶ୍ୱର ଟାଙ୍ଗୀ, ପାହାଳ, ପାଇକ ନଗର, ପ୍ରାଚି […]

KIIT University

Manoranjan Sial
  • Published: Friday, 14 May 2021
  • , Updated: 14 May 2021, 07:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ କରୋନା ଆକ୍ରାନ୍ତ ୧୦୦୦ ତଳକୁ ଖସିଲା। ଆଜି ୯୮୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୬ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୨୨ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୭୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି।

ଆଜି ଆକ୍ରାନ୍ତ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗୌତମ ନଗର, ଜଟଣୀ, ନନ୍ଦନ ବିହାର, ନାଗେଶ୍ୱର ଟାଙ୍ଗୀ, ପାହାଳ, ପାଇକ ନଗର, ପ୍ରାଚି ବିହାର, ରଙ୍ଗମାଟିଆ ଓ ଭିଆଇପି କଲୋନୀରୁ ଜଣେ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1393192484587540484?s=20

ସେହିପରି ଶୈଳଶ୍ରୀ ବିହାରରୁ ୫, ସୂର୍ଯ୍ୟ ନଗରରୁ ୨, ବାଣୀ ବିହାରରୁ ୧୨, ସୁନ୍ଦରପଦାରୁ ୧୪, ସହିଦ ନଗରରୁ ୨୧, ଭିଏସ୍‌ଏସ୍‌ ନଗରରୁ ୧୦, ୟୁନିଟ୍‌-୯ରୁ ୧୫, ୟୁନିଟ୍‌-୭ରୁ ୨, ୟୁନିଟ୍‌-୮ରୁ ୧୨, ନୟାପଲ୍ଲୀରୁ ୪୯, ଟଙ୍କପାଣି ରୋଡ୍‌ରୁ ୧୦, ୟୁନିଟ୍‌-୧ରୁ ୫, ୟୁନିଟ୍‌-୨ରୁ ୬, ୟୁନିଟ୍‌-୩ରୁ ୯, ୟୁନିଟ୍‌-୪ରୁ ୯, ୟୁନିଟ୍‌-୬ରୁ ୧୫, ଶାଲିଆ ସାହିରୁ ୪, ସାମନ୍ତରାପୁରରୁ ୫, ସତ୍ୟ ବିହାରରୁ ୨, ଶାସ୍ତ୍ରୀ ନଗରରୁ ୧୫, ଶ୍ୟାମପୁରରୁ ୬, ଶିଖରଚଣ୍ଡୀ ନଗରରୁ ୩, ସୌଭାଗ୍ୟ ନଗରରୁ ୨, ସତ୍ୟ ନଗରରୁ ୫, ପ୍ରାଶାନ୍ତ ବିହାରରୁ ୬, ରସୁଲଗଡ଼ରୁ ୨୩, ପଟିଆରୁ ୫୦, ଓଲଡ୍‌ ଟାଉନ୍‌ରୁ ୫୧, ପୋଖରୀପୁଟରୁ ୯, ପଳାଶୁଣୀରୁ ୮ ଓ ପାତ୍ରପଡ଼ାରୁ ୧୩ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି ଫରେଷ୍ଟ ପାର୍କରୁ ୩, ନୀଳାଦ୍ରି ବିହାରରୁ ୨, ଓଲଡ୍‌ ଏଜି କଲୋନୀରୁ ୫, ଡୁମ୍‌ଡୁମାରୁ ୩୩, ପଳାଶପଲ୍ଲୀରୁ ୪, ନହରକଣ୍ଟାରୁ ୩, ଲିଙ୍ଗିପୁରରୁ ୩, ମଞ୍ଚେଶ୍ୱରରୁ ୭, ମାଷ୍ଟର କ୍ୟାଣ୍ଟିନ୍‌ରୁ ୨, ଏମ୍‌ସ ନଗରରୁ ୪, ଲୋଇସ୍‌ ରୋଡ଼ରୁ ୪, କଟକ ବିହାରରୁ ୪, କପିଳପ୍ରସାଦରୁ ୨, ଖଣ୍ଡଗିରିରୁ ୩୧, କୋଳଥିଆରୁ ୩, ଜୟଦେବ ବିହାରରୁ ୧୬, ଗଣ୍ଡମୁଣ୍ଡାରୁ ୩, କଳିଙ୍ଗ ନଗରରୁ ୩, କଳ୍ପନାରୁ ୧୦, ଘାଟିକିଆରୁ ୨, ହଂସପାଳରୁ ୨, ବଡ଼ଗଡ଼ରୁ ୨୧, ଗଜପତି ନଗରରୁ ୬, ଜିଜିପି କଲୋନୀରୁ ୨, ଝାରପଡ଼ାରୁ ୩୫, ଗଙ୍ଗନଗରରୁ ୪, ଭିମଟାଙ୍ଗୀରୁ ୮, ସିଆର୍‌ପିଏଫ୍‌ କ୍ୟାମ୍ପରୁ ୨,  ଡମଣାରୁ ୨, ଡେଲ୍‌ଟଳ ସ୍କ୍ୱୋୟାରରୁ ୩, ଗାଡ଼ଗଣରୁ ୭, ବ୍ରହ୍ମେଶ୍ୱର ପାଟଣାରୁ ୨, ଚକେଇଶିଆଣୀରୁ ୪, ଚନ୍ଦ୍ରଶେଖରପୁରରୁ ୨୪, ଚିନ୍ତାମଣିଶ୍ୱରରୁ ୧୦, ଭରତପୁରରୁ ୫, ସିଆର୍‌ପି ସ୍କ୍ୱୋୟାରରୁ ୩୧, ଭୋଇ ନଗରରୁ ୨, ବିଜେବି ନଗରରୁ ୬, ବମିଖାଲରୁ ୩, ଅଶୋକ ନଗରରୁ ୪, ଜାଗମରାରୁ ୩, ବରମୁଣ୍ଡାରୁ ୮, ବିଡିଏ କଲୋନୀରୁ ୨, ବେହେରା ବସ୍ତିରୁ ୭, ଆଚାର୍ଯ୍ୟ ବିହାରରୁ ୭, ଏରୋଡ୍ରମ୍‌ ଏରିଆରୁ ୪, ଲକ୍ଷ୍ମୀସାଗରରୁ ୨୧ ଓ ଆର୍ଯ୍ୟ ଭିଲେଜରୁ ୪ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

 

Related story