ଭୁବନେଶ୍ୱରରେ ଲଗାତାର ସେଞ୍ଚୁରୀ ମାରିଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୯ ଲୋକାଲ କେସ୍‌। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। Update on newly detected #COVID19 cases in the last 24 hrs under the BMC area on 7th Apr (till 9am). pic.twitter.com/004GdlXRCm — BMC (@bmcbbsr) April 7, 2021 ଆଜି ଚିହ୍ନଟ ହୋଇଥିବା […]

bbsr

Manoranjan Sial
  • Published: Wednesday, 07 April 2021
  • , Updated: 07 April 2021, 07:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୯ ଲୋକାଲ କେସ୍‌। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି।

https://twitter.com/bmcbbsr/status/1379768169787613192?s=20

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଛନ୍ତି। ଭରତପୁର, ବିଜେପି ନଗର, ବମିଖାଲ୍‌, ଚିନ୍ତାମଣିଶ୍ୱର, ଜୟଦେବ ବିହାର, ବଞ୍ଚେଶ୍ୱର, ଶୈନିକ ସ୍କୁଲ ନିକଟବର୍ତ୍ତି, ଫୁଲନଖରା, ପୋଖରୀପୁଟ୍‌, ସିଜୁଆ, ଭିଭେକାନନ୍ଦ ମାର୍ଗ, ୟୁନିଟ୍‌-୨, ୟୁନିଟ୍‌-୯, ବାଣୀବିହାରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ୍‌-୮ରୁ ୨, ଆଚାର୍ଯ୍ୟ ବିହାରରୁ ୩, ରସୁଲଗଡ଼ରୁ ୩, ସହିଦ୍‌ନଗରରୁ ୨, ଶୈଳଶ୍ରୀ ବିହାରରୁ ୨, ସତ୍ୟନଗରରୁ ୨,  ଓଲ୍‌ଡ ଟାଉନ୍‌ରୁ ୬, ପାଇକ ନଗରରୁ ୨, ପଟିଆରୁ ୫, ଝାରପଡ଼ାରୁ ୨, କଳିଙ୍ଗନ ବିହାରରୁ ୨, କଳ୍ପନାରୁ ୨, ଲକ୍ଷ୍ମୀ ସାଗରରୁ ୨, ନୟାପଲ୍ଲୀରୁ ୨,   ବରଗଡ଼ରୁ ୩, ବରମୁଣ୍ଡାରୁ ୩ ଓ ଖଣ୍ଡଗିରିରୁ ୮ ଜଣ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୩୨,୯୩୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୨,୦୫୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୬୧୧ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related story