ଚିନ୍ତା ବଢ଼ାଇଲା କରୋନା, ଆଜି ଭୁବନେଶ୍ୱରରୁ ୧୭୧ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଚିନ୍ତା ବଢ଼ାଇଲା ମହାମାରୀ କରୋନା। ଲଗାତାର ଭାବେ ଶେଞ୍ଚୁରୀ ମାରି ଚାଲିଛି କରୋନା। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୨୬ ଜଣ ଲୋକାଲ୍‌ କେସ୍‌ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଆଜି ଚିହ୍ନଟ ହୋଇଥିବା ୧୭୧ କରୋନା ଆକ୍ରାନ୍ତଙ୍କ ଭିତରୁ ଆଗରେ ରହିଛି ଖଣ୍ଡଗିରି। ଏଠାରୁ ୧୬ କରୋନା […]

bmc

Manoranjan Sial
  • Published: Saturday, 10 April 2021
  • , Updated: 10 April 2021, 06:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଚିନ୍ତା ବଢ଼ାଇଲା ମହାମାରୀ କରୋନା। ଲଗାତାର ଭାବେ ଶେଞ୍ଚୁରୀ ମାରି ଚାଲିଛି କରୋନା। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୨୬ ଜଣ ଲୋକାଲ୍‌ କେସ୍‌ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି।

ଆଜି ଚିହ୍ନଟ ହୋଇଥିବା ୧୭୧ କରୋନା ଆକ୍ରାନ୍ତଙ୍କ ଭିତରୁ ଆଗରେ ରହିଛି ଖଣ୍ଡଗିରି। ଏଠାରୁ ୧୬ କରୋନା ଆକ୍ରାନ୍ତ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛି। ସେହିପରି ଆଚାର୍ଯ୍ୟ ବିହାର, ବାଲିପାଟଣା, ଝାରପଡ଼ା, ବାପୁଜୀ ନଗର, ଡମଣା, ଡୁମ୍‌ଡୁମା, ହଂସପାଳ, ଗାଡ଼କଣ, କୋଳଥିଆ, ଖଣ୍ଡଗିରି, ପାଇକ ନଗର, କଳିଙ୍ଗ ବିହାର, ମଧୁସୂଦନ ନଗର, ମଞ୍ଚେଶ୍ୱର, ମାଷ୍ଟର କ୍ୟାଣ୍ଟିନ, ନନ୍ଦନ ବିହାର, ପଳାଶପଲୀ, ଝାରପଡ଼ା, ଜୟଦେବ ବିହାର, ଶାନ୍ତି ନଗର, ପୋଖରୀପୁଟ ଓ ସାମନ୍ତରାପୁରରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1380858049271762945?s=20

ସେହିପରି ବଡ଼ଗଡ଼ରୁ ୨, ଲକ୍ଷ୍ମୀସାଗରରୁ ୨, ପଟିଆରୁ ୬, ୟୁନିଟ୍‌-୩ରୁ ୩, ସତ୍ୟନଗରରୁ ୨, ପାତ୍ରପଡ଼ାରୁ ୫, ଶୈଳଶ୍ରୀ ବିହାରରୁ ୨, ସହିଦ୍ ନଗରରୁ ୨, ରେଣ୍ଟାଲ୍‌ କଲୋନୀରୁ ୨, ରସୁଲଗଡ଼ରୁ ୩, ସତ୍ୟ ବିହାରୁ ୨,  ଟଙ୍କପାଣି ରୋଡ୍‌ରୁ ୬, ମୈତ୍ରୀ ବିହାରରୁ ୨, ନୟାପଲ୍ଲୀରୁ ୫, ନୀଳାଦ୍ରି ବିହାରୁ ୪, ଓଲ୍‌ଡ ଟାଉନ୍‌ରୁ ୬,  ଜୟଦୁର୍ଗା ନଗରରୁ ୨, ଜାଗମରାରୁ ୪, ଆଇଆର୍‌ସି ଭିଲେଜରୁ ୪,  ବିଜେବି ନଗରରୁ ୨, ବୁଦ୍ଧେଶ୍ୱର କଲୋନୀରୁ ୨, ଡେଲ୍‌ଟା ଛକରୁ ୧୧, କଳିଙ୍ଗ ନଗରରୁ ୨ ଓ ଚନ୍ଦ୍ରଶେଖରପୁରରୁ ୫ ଲୋକାଲ୍‌ କେସ ଚିହ୍ନଟ ହୋଇଛି।

Related story