ଭୁବନେଶ୍ୱରରୁ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୪୬ ଲୋକାଲ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୬ ଲୋକାଲ କେସ। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ବିଏମ୍‌ସି ଅଞ୍ଚଳରୁ ୧୯୧ ଜଣ ଅଛନ୍ତି। ୧୯୧ କରୋନା ଆକ୍ରାନ୍ତଙ୍କ ଭିତରୁ ୧୪୬ ଲୋକାଲ୍‌ କେସ୍‌। ସେମାନଙ୍କ ଭିତରୁ ଆଚାର୍ଯ୍ୟ ବିହାର, ଆଇଗିଣିଆ, ଅଶୋକ ନଗର, ବରମୁଣ୍ଡା, […]

bmc

Manoranjan Sial
  • Published: Tuesday, 13 April 2021
  • , Updated: 13 April 2021, 06:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୬ ଲୋକାଲ କେସ। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ବିଏମ୍‌ସି ଅଞ୍ଚଳରୁ ୧୯୧ ଜଣ ଅଛନ୍ତି। ୧୯୧ କରୋନା ଆକ୍ରାନ୍ତଙ୍କ ଭିତରୁ ୧୪୬ ଲୋକାଲ୍‌ କେସ୍‌। ସେମାନଙ୍କ ଭିତରୁ ଆଚାର୍ଯ୍ୟ ବିହାର, ଆଇଗିଣିଆ, ଅଶୋକ ନଗର, ବରମୁଣ୍ଡା, ଭିମଟାଙ୍ଗୀ, ବୁଦ୍ଧନଗର, ଚକେଇଶିଆଣୀ, ଭୋଇ ନଗର, ବମିଖାଲ, ଜୟଦେବ ବିହାର, ଜଗମୋହନ ନଗର, କପିରପ୍ରସାଦ, ୟୁନିଟ୍‌-୮, ଲକ୍ଷ୍ମୀସାଗର, କଳିଙ୍ଗ ବିହାର,  ଡମଣା, ଚିନ୍ତାମଣିଶ୍ୱର, ଗେରେଜ ଛକ, ସହିଦ ନଗର, ପାତ୍ରପଡ଼ା, ୟୁନିଟ୍‌-୬ ଓ ପ୍ରେସ ଛକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1381943234532794373?s=20

ସେହିପରି ଜାଗମରାରୁ ୨,  ସତ୍ୟବିହାରରୁ ୨, ଶୈଳଶ୍ରୀ ବିହାରରୁ ୪, ୟୁନିଟ୍‌-୩ରୁ ୭, ରସୁଲଗଡ଼ରୁ ୮, ସୁନ୍ଦରପଦାରୁ ୮, ଶ୍ୟାମପୁରରୁ ୨,  ଖଣ୍ଡଗିରିରୁ ୧୪, ୟୁନିଟ୍‌-୯ରୁ ୩, ପଟିଆରୁ ୧୩ ଚନ୍ଦ୍ରଶେଖରପୁରରୁ ୪, ପୋଖରୀପୁଟରୁ ୩, ମଞ୍ଚେଶ୍ୱରରୁ ୩, ନୟାପଲ୍ଲୀରୁ ୬, ନୀଳାଦ୍ରିବିହାରରୁ ୩, ପାହାଳରୁ ୩,   କଳିଙ୍ଗ ନଗରରୁ ୨,ଆଇଆର୍‌ସି ଭିଲେଜରୁ ୨, ଗଜପତି ନଗରରୁ ୪, ଡୁମ୍‌ଡୁମାରୁ ୩, ହଂସାପାଳରୁ ୨,  ବିଜେବି ନଗରରୁ ୩, ବଡ଼ଗଡ଼ରୁ ୫, ଭିମଟାଙ୍ଗୀରୁ ୪, ଝାରପଡ଼ାରୁ ୫ ଓ ଓଲଡ୍‌ ଟାଉନ୍‌ରୁ ୯ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନ ହୋଇଥିବା ବିଏମ୍‌ସି ଟ୍ୱିଟ୍‌ରୁ ଜଣାପଡ଼ିଛି।

Related story