ଆଜି ରାଜଧାନୀରେ ଅସୁସ୍ଥ କମ୍‌, ସୁସ୍ଥ ବେଶୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ କରୋନାରେ ଅସୁସ୍ଥ କମ୍‌ ଓ ସୁସ୍ଥ ବେଶୀ।ଆଜି ୮୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦୪୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୮୧୧ କରୋନା ଆକ୍ରାନ୍ତଙ୍କ ଭିତରେ ୧୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୪୩ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ୬୪୩ ଲୋକାଲ୍‌ କେସ ଭିତରୁ ବୋଲଗଡ଼, ରେଣ୍ଟାଲ୍‌ କଲୋନୀ, ରଙ୍ଗ ମାଟିଆ, ପାଣ୍ଡରା, ରବୀ ଟକିଜ୍‌ ସ୍କ୍ୱୋୟାର, […]

bmc

Manoranjan Sial
  • Published: Monday, 31 May 2021
  • , Updated: 31 May 2021, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ କରୋନାରେ ଅସୁସ୍ଥ କମ୍‌ ଓ ସୁସ୍ଥ ବେଶୀ।ଆଜି ୮୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦୪୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୮୧୧ କରୋନା ଆକ୍ରାନ୍ତଙ୍କ ଭିତରେ ୧୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୪୩ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି।

୬୪୩ ଲୋକାଲ୍‌ କେସ ଭିତରୁ ବୋଲଗଡ଼, ରେଣ୍ଟାଲ୍‌ କଲୋନୀ, ରଙ୍ଗ ମାଟିଆ, ପାଣ୍ଡରା, ରବୀ ଟକିଜ୍‌ ସ୍କ୍ୱୋୟାର, ଶିଖରଚଣ୍ଡି ନଗର, ମାଳି ସାହି, ଲୋଇସ୍‌ ରୋଡ୍‌, ନାଗେଶ୍ୱର ଟାଙ୍ଗି, ନହରକଣ୍ଟା, ନାଲକୋ ନଗର ଓ ୟୁନିଟ୍‌-୨ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1399350251757084684?s=20

ସେହିପରି ଆଚାର୍ଯ୍ୟବିହାରରୁ ୭, ଆଇଗିଣିଆରୁ ୫, ଏମ୍ସ ନଗରରୁ ୫, ପାତ୍ରପଡ଼ାରୁ ୩୨, ବଡ଼ଗଡ଼ରୁ ୧୭, ବାପୁଜି ନଗରରୁ ୪, ବରମୁଣ୍ଡାରୁ ୧୭, ବିଡିଏ କଲୋନୀରୁ ୬, ଭରତପୁରରୁ ୩, ଭିମଟାଙ୍ଗିରୁ ୫, ବିଜେବି ନଗରରୁ ୮, ଗଜପତି ନଗରରୁ ୩, ଡୁମ୍‌ଡୁମାରୁ ୨୧, ଡେଲ୍‌ଟା ସ୍କ୍ୱୋୟାର୍‌ରୁ ୩, ଡମଣାରୁ ୬, ଚିନ୍ତାମଣିଶ୍ୱର ୩, ଜିଜିପି କଲୋନୀରୁ ୪, ଚକେଇଶିଆଣୀରୁ ୧୨, ବୁଦ୍ଧେଶ୍ୱର କଲୋନୀରୁ ୫, ବମିଖାଲ୍‌ରୁ ୫, ଗଣ୍ଡମୁଣ୍ଡାରୁ ୩, ଗଙ୍ଗ ନଗରରୁ ୪, ଗୌତମନଗରରୁ ୩, ଚନ୍ଦ୍ରଶେଖରପୁରରୁ ୩୧, ଘାଟିକିଆରୁ ୨, ହଂସପାଳରୁ ୩, ଆଇଆରସି ଭିଲେଜରୁ ୩, ଜାଗମରାରୁ ୧୩, ଜୟଦେବ ବିହାରରୁ ୫, କଳିଙ୍ଗ ନଗରରୁ ୩, ଝାରପଡ଼ାରୁ ୧୭, ମଞ୍ଚେଶ୍ୱରରୁ ୭, ମୈତ୍ରୀ ବିହାରରୁ ୨, ଲକ୍ଷ୍ମୀସାଗରରୁ ୧୭, କୋଳଥିଆରୁ ୨, ଖାରବେଳ ନଗରରୁ ୩, ଖଣ୍ଡଗିରିରୁ ୩୬ ଓ  କାନନ ବିହାରରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି କଳ୍ପନାରୁ ୭, କଳିଙ୍ଗ ବିହାରରୁ ୫, ପଟିଆରୁ ୫୮, ଅନ୍ୟ ଜିଲ୍ଲାରୁ ୨, ସାମନ୍ତରାପୁରରୁ ୬, ନ୍ୟୁ ଏଜି କଲୋନୀରୁ ୬, ୟୁନିଟ୍‌-୬ରୁ ୧୭, ନୀଳାଦ୍ରି ବିହାରରୁ ୧୦, ପାହାଳରୁ ୨, ପାଳଶପଲ୍ଲୀରୁ ୨, ସହିଦ୍‌ ନଗରରୁ ୧୫, ରସୁଲଗଡ଼ରୁ ୬, ପୋଖରୀପୁଟରୁ ୬, ଅଶୋକ ନଗରରୁ ୨, ପଳାଶୁଣୀରୁ ୪, ଶୈଳଶ୍ରୀ ବିହାରରୁ ୧୬, ସାଲିଆ ସାହିରୁ ୩, ନୟାପଲ୍ଲୀରୁ ୨୧, ସତ୍ୟ ନଗରରୁ ୩, ଶାସ୍ତ୍ରୀ ନଗରରୁ ୨, ଶିରିପୁରରୁ ୪, ସୁନ୍ଦରପଦାରୁ ୧୩, ଟଙ୍କପାଣି ରୋଡ୍‌ରୁ ୧୦, ୟୁନିଟ୍‌-୧ରୁ ୬, ଭିଏସ୍‌ଏସ୍‌ ନଗରରୁ ୫, ବାଣୀ ବିହାରରୁ ୭, ୟୁନିଟ୍‌-୯ରୁ ୫, ୟୁନିଟ୍‌-୮ରୁ ୧୩, ୟୁନିଟ୍‌-୪ରୁ ୧୦, ୟୁନିଟ୍‌-୫ରୁ ୩, ଓଲ୍‌ଡ ଟାଉନ୍‌ରୁ ୨୭ ଓ ୟୁନିଟ୍‌-୩ରୁ ୪ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

Related story