ଭୁବନେଶ୍ୱରରୁ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ୍‌ କେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗରରୁ ଆଉ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୮୪ ଓ ଲୋକାଲ କେସ୍‌ ୨୫୬ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୩୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 1st Oct 2020(till 9am). Further contact tracing […]

bmc

Manoranjan Sial
  • Published: Thursday, 01 October 2020
  • , Updated: 01 October 2020, 05:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗରରୁ ଆଉ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୮୪ ଓ ଲୋକାଲ କେସ୍‌ ୨୫୬ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୩୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1311627682677891072?s=20

ବଡ଼ଗଡ଼ରୁ ୫, ବରମୁଣ୍ଡାରୁ ୮, ବମିଖାଲରୁ ୩, ପାତ୍ରପଡ଼ାରୁ ୪, ରସୁଲଗଡ଼ରୁ ୫, ସହିଦନଗରରୁ ୧୦, ନୟାପଲ୍ଲୀରୁ ୧୦, ଆଇଆର୍‌ସି ଭିଲେଜରୁ ୧୨, ଗଙ୍ଗନଗରରୁ ୪, ଡୁମ୍‌ଡୁମାରୁ ୪, ଚନ୍ଦ୍ରଶେଖରପୁରରୁ ୧୩,ଚକେଇଶିଆଣିରୁ ୪, ଜାଗମରାରୁ ୭, ଝାରପଡ଼ାରୁ ୪, ଖଣ୍ଡଗିରିରୁ ୬, ଓଲଡ୍‌ ଟାଉନ୍‌ରୁ ୧୩, ଶୈଳଶ୍ରୀ ବିହାରରୁ ୧୦, ୟୁନିଟ୍‌-୨ରୁ ୬, ୟୁନିଟ୍‌-୯ରୁ ୧୦, ୟୁନିଟ୍‌-୮ରୁ ୬, ୟୁନିଟ୍‌-୬ରୁ ୩, ୟୁନିଟ୍‌-୩ରୁ ୪, ପଟିଆରୁ ୧୩, ନୀଳାଦ୍ରି ବିହାରରୁ ୫, ମଞ୍ଚେଶ୍ୱରରୁ ୭ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୨୨୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୫୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏହାଛଡ଼ା ୩୫୩୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story