ଭୁବନେଶ୍ୱରରୁ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୪୯ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୧୧୬ ଓ ଲୋକାଲ କଣ୍ଟାକ୍ଟ କେସ ୨୪୯ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୨୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 6th Oct 2020(till 9am). […]

bbsr

Manoranjan Sial
  • Published: Tuesday, 06 October 2020
  • , Updated: 06 October 2020, 05:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୧୧୬ ଓ ଲୋକାଲ କଣ୍ଟାକ୍ଟ କେସ ୨୪୯ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୨୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1313424397986742272?s=20

ବଡ଼ଗଡ଼ରୁ ୩, ବାପୁଜୀ ନଗରରୁ ୩, ବରମୁଣ୍ଡାରୁ ୬, ବିଜେବି ନଗରରୁ ୪, ବମିଖାଲରୁ ୫, ଚନ୍ଦ୍ରଶେଖରପୁରରୁ ୪, ଚକେଇଶିଆଣିରୁ ୩, ପଟିଆରୁ ୨୨, ମଞ୍ଚେଶ୍ୱରରୁ ୪, ଲକ୍ଷ୍ମୀସାଗରରୁ ୯, ଖାରବେଳ ନଗରରୁ ୪, ଶେଳଶ୍ରୀ ବିହାରରୁ ୬, ଜୟଦେବ ବିହାରରୁ ୩, ଜାଗମରାରୁ ୩, ଘାଟିକିଆରୁ ୪, ଓଲଡ୍‌ ଟାଉନ୍‌ରୁ ୪, ପାତ୍ରପଡ଼ାରୁ ୮, ରସୁଲଗଡ଼ରୁ ୭, ସାଲିଆ ସାହିରୁ ୪, ସତ୍ୟନଗରରୁ ୭,  ସହିଦ ନଗରରୁ ୧୨, ନୟାପଲ୍ଲୀରୁ ୧୯, ନୀଳାଦ୍ରି ବିହାରରୁ ୩, ଫରେଷ୍ଟ ପାର୍କରୁ ୪, ୟୁନିଟ୍‌-୯ରୁ ୪, ୟୁନିଟ୍‌-୮ରୁ ୭, ୟୁନିଟ୍‌-୬ରୁ ୪, ୟୁନିଟ୍‌-୪ରୁ ୪, ୟୁନିଟ୍‌-୩ରୁ ୭ ଲୋକାଲ୍‌ କେସ ଚିହ୍ନଟ ହୋଇଛି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୩୯୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୭୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story