ଭୁବନେଶ୍ୱରରୁ ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୯୨ ଲୋକାଲ୍‌ କେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଆଜି ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୧୯୨ ଓ ଲୋକାଲ କେସ ୮୯ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୧୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 13th Oct 2020(till 9am). pic.twitter.com/T5ehF5slCy — BMC (@bmcbbsr) […]

bmc

Manoranjan Sial
  • Published: Tuesday, 13 October 2020
  • , Updated: 13 October 2020, 04:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଆଜି ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୧୯୨ ଓ ଲୋକାଲ କେସ ୮୯ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୧୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1315964001625358337?s=20

ବଡ଼ଗଡ଼ରୁ ୩, ବରମୁଣ୍ଡାରୁ ୬, ବିଜେବି ନଗରରୁ ୮, ଡୁମ୍‌ଡୁମାରୁ ୩, ୟୁନିଟ-୩ରୁ ୩, ୟୁନିଟ-୬ରୁ ୪, ଖଣ୍ଡଗିରିରୁ ୭, କପିଳେଶ୍ୱରରୁ ୩, ଚନ୍ଦ୍ରଶେଖରପୁରରୁ ୯, କଳିଙ୍ଗ ବିହାରରୁ ୩, ଆଇଆର୍‌ସି ଭିଲେଜରୁ ୩, ଘାଟିକିଆରୁ ୪, ଲକ୍ଷ୍ମୀସାଗରରୁ ୫, ମଞ୍ଚେଶ୍ୱରରୁ ୫, ନୟାପଲ୍ଲୀରୁ ୭, ଝାରପଡ଼ାରୁ ୮, ଓଲ୍‌ଡ ଟାଉନ୍‌ରୁ ୩, ପଳାସପଲ୍ଲୀରୁ ୩, ପାଣ୍ଡରାରୁ ୩, ପଟିଆରୁ ୮, ପାତ୍ରପଡ଼ାରୁ ୭, ୟୁନିଟ୍‌-୯ରୁ ୪, ସୁନ୍ଦରପଦାରୁ ୪, ଚିନ୍ତାମଣିଶ୍ୱରରୁ ୮, ଶୈଳଶ୍ରୀ ବିହାରରୁ ୫, ସହିଦ ନଗରରୁ ୫, ରସୁଲଗଡ଼ରୁ ୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୬୦୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୫୨୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୩୪୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story